Get Updates
Get notified of breaking news, exclusive insights, and must-see stories!

କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ସ୍ପଷ୍ଟ, ବିଜେପି ନେତା କହିଲେ କିଏ ହେବ ମୁଖ୍ୟମନ୍ତ୍ରୀ

ଦେବେନ୍ଦ୍ର ଫଡନବୀସ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ବିଜେପିର ବରିଷ୍ଠ ନେତୃବୃନ୍ଦ ତାଙ୍କ ନାମକୁ ଚୂଡ଼ାନ୍ତ କରିଛନ୍ତି। ଡିସେମ୍ବର ୨ କିମ୍ବା ୩ ତାରିଖରେ ଏକ ବୈଠକ କରାଯାଇ ଫଡନବୀସଙ୍କୁ ବିଦାୟକ ଦଳ ନେତା ନିର୍ବାଚିତ କରାଯିବ ବୋଲି ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଶିବସେନା ଏସଏଚଏସ ମୁଖ୍ୟ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ କ୍ୟାବିନେଟରେ ବଡ଼ ଭୂମିକା ମିଳିବ। ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିପାରେ। ଶିବସେନା ଗୃହ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ଦାବି କରୁଥିବାରୁ ସେ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ନେତା ଜଣକ ଗଣମାଧ୍ୟମକୁ କହିଛନ୍ତି।

୨ ଦିନ ତଳେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିଜେପି ନେତୃବୃନ୍ଦ ଯେଉଁ ନିଷ୍ପତ୍ତି ନେବେ ତାହାକୁ ସେ ନିଃସର୍ତ୍ତ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବାଛିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଫଡନବୀସ ବିଜେପି ପକ୍ଷରୁ ଏକମାତ୍ର ଦାବିଦାର ରହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି ବୋଲି ଗତ ଶୁକ୍ରବାର ବିଜେପି ନେତା ରାଓସାହେବ ଦାନଭେ ମନ୍ତବ୍ୟ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+