ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ? ଫଡନାଭିସ୍ ଦେଲେ ଉତ୍ତର
Maharashtra Assembly Election 2024: ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ଆମ ମଧ୍ୟରୁ କେହି ଏହା ଆଶା କରି ନ ଥିଲେ। ଏହା ଆମର ଆଶାଠାରୁ ଅଧିକ । ଦେଢ ଘଣ୍ଟା ପରେ, ଆମେ ସମସ୍ତ ତିନୋଟି ଦଳ ବସି ଭବିଷ୍ୟତର ରଣନୀତି ବିଷୟରେ ଆଲୋଚନା କରିବୁ ।
ସେ ଆହୁରି କହିଛନ୍ତି ଆମେ ପାର୍ଟି ଅଫିସ ଯାଇ ଏକ ସାମ୍ବାଦିକ ସମ୍ମିଳନୀ କରିବୁ। ଏହା ପରେ ମୁଁ ନାଗପୁର ଗସ୍ତରେ ଯିବି । ମହାରାଷ୍ଟ୍ରର ପରବର୍ତ୍ତୀ ସିଏମଙ୍କ ନାଁକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଏ ମୁଖ୍ୟମନ୍ତ୍ରୀ ଗାଦିରେ ବସିବ ସେନେଇ ନିଷ୍ପତ୍ତି ତିନି ଦଳ ଏକାଠି ନେବ ।

ମହାରାଷ୍ଟ୍ରରେ ମହାୟୁକ୍ତି ମିଳିତ ମଞ୍ଚର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ମହାଭିକାସ ଆଗାଦିଙ୍କ ଦୁର୍ଗ ସ୍ଲୋଗାନ ଓ ପ୍ରତିଶ୍ରୁତି ଦେଇ ରାଜନୈତିକ ମହଲରେ ଚଳଚଞ୍ଚଳ ସୃଷ୍ଟି ହୋଇଛି । 288 ସଦସ୍ୟ ବିଶିଷ୍ଟ ବିଧାନସଭାରେ 220 ରୁ ଅଧିକ ଆସନରେ ଆଗରେ ଅଛି ଦଳ ।
ଚର୍ଚ୍ଚା ହେଉଛି ଯେ, ବିଜେପି ଦେବେନ୍ଦ୍ର ଫଡନାଭିସଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିପାରେ ଏବଂ ଡେପୁଟି କିମ୍ବା ଅନ୍ୟ କୌଣସି ମନ୍ତ୍ରୀ ପଦ ଏକନାଥ ସିନ୍ଦେଙ୍କୁ ଦିଆଯାଇପାରେ। ଅନ୍ୟ ଏକ ସମ୍ଭାବନା ହୋଇପାରେ ଯେ ଦେବେନ୍ଦ୍ର ଫଡନାଭିସଙ୍କୁ ରାଜ୍ୟରେ ସିଏମ୍ କରିବା ପରିବର୍ତ୍ତେ ବିଜେପି ତୃତୀୟ ଚେହେରା ଆଣିପାରେ।












Click it and Unblock the Notifications