Get Updates
Get notified of breaking news, exclusive insights, and must-see stories!

ଧନଖଡ଼ଙ୍କ ପରେ କିଏ ହେବେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି? ଥରୁର କଲେ ଭବିଷ୍ୟବାଣୀ, ଇଏ ହେବେ.....

ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଭାରତୀୟ ନିର୍ବାଚନ ଆୟୋଗ (ECI) ୨୦୨୫ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ କରିଛି। ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ହେବ । ନିର୍ବାଚନ ଆୟୋଗ ଗୁରୁତାର ତାରିଖ ଘୋଷଣା କରିଥିଲେ ।

ଏଥିସହ ନିର୍ବାଚନ ମଣ୍ଡଳର ଗଠନ ହୋଇ ସାରିଛି । ଏହା ମଧ୍ୟରେ କଂଗ୍ରେସର ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପରାଜୟ ହେବ ବୋଲି କହିଛନ୍ତି । ଏଥିସହ କ୍ଷମତାସୀନ ଦଳ ଦ୍ୱାରା ଯିଏ ବି ପ୍ରାର୍ଥୀ ହବେ ସେ ହିଁ ଉପରାଷ୍ଟ୍ରପତି ହେବ ।

Shashi Tharoor

ଥରୁର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ପରବର୍ତ୍ତୀ ଉପ ରଷ୍ଟ୍ରପତି କିଏ ହେବ ତାହା ଜଣା ପଡୁନି । ମାତ୍ର ଏହା ନିଶ୍ଚିତ ଯେ, କ୍ଷମତାସୀନ ପାର୍ଟି ଦ୍ୱାରା ଯିଏ ପ୍ରାର୍ଥୀ ହେବ ତାଙ୍କର ହିଁ ବିଜୟ ହେବ । କାରଣ ଏହି ନିର୍ବାଚନ କେବଳ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ମିଶି କରିଥାନ୍ତି । ଏଥିପାଇଁ ଆମେ ପ୍ରଥମରୁ ଜାଣିଛୁ ଯେ, ବହୁମତ କାହା ପାଖରେ ରହିଛି । ଥରୁର କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟ ବିଧାନସଭା ଅଂଶଗ୍ରହଣ କରେ ନାହିଁ, ଏଥିପାଇଁ ପରିଣାମ ନିଶ୍ଚିତ ହୋଇ ସାରିଛି ।

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୬୬(୧) ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନ ଏକ ନିର୍ବାଚକ ମଣ୍ଡଳୀ ଦ୍ୱାରା ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟମାନେ ଅଂଶଗ୍ରହଣ କରନ୍ତି। ବର୍ତ୍ତମାନ ଏହି ମଣ୍ଡଳୀରେ ୭୮୮ ସଦସ୍ୟ ଅଛନ୍ତି-୫୮୮ ଜଣ ଲୋକସଭାରୁ ଏବଂ ୨୪୫ ଜଣ ରାଜ୍ୟସଭାରୁ। ନିର୍ବାଚନ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ ମାଧ୍ୟମରେ ଅନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ଗୁପ୍ତ ବାଲଟ ଦ୍ୱାରା ହେବ। ବିଜୟୀ ପ୍ରାର୍ଥୀଙ୍କୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୩୯୫ ଭୋଟ ଆବଶ୍ୟକ।

ଜଗଦୀପ ଧନଖଡ଼ ଜୁଲାଇ ୨୧, ୨୦୨୫ରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ, ଯାହା ଜୁଲାଇ ୨୨, ୨୦୨୫ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗେଜେଟ ନୋଟିଫିକେସନ ମାଧ୍ୟମରେ ସୂଚିତ ହୋଇଥିଲା। ସମ୍ବିଧାନର ଅନୁଚ୍ଛେଦ ୬୮(୨) ଅନୁସାରେ, ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ୬୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା ଆବଶ୍୯୫କ, ଅର୍ଥାତ୍‌ ସେପ୍ଟେମ୍ବର ୧୯, ୨୦୨୫ ପୂର୍ବରୁ। ଧନଖଡ଼ଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ୨୦୨୭ ଅଗଷ୍ଟରେ ଶେଷ ହେବାର ଥିଲା, କିନ୍ତୁ ତାଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ପୂର୍ଣ୍ଣ ପାଞ୍ଚ ବର୍ଷର କାର୍ଯ୍ୟକାଳ ପାଇବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+