ଜାଣନ୍ତୁ କିଏ ଥିଲେ ରାମ ମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ, କାହିଁକି ରାମ ଲଲାଙ୍କ ମୂର୍ତ୍ତି ନେଇ ଚାଲିଯାଇଥିଲେ
Who Was Acharya Satyendra Das: ଆଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ବୁଧବାର ଦିନ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (SGPGIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସତ୍ୟେନ୍ଦ୍ର ଦାସ । ରାମ ମନ୍ଦିର ସହିତ ତାଙ୍କର ପୁରୁଣା ସମ୍ପର୍କ ରହିଛି ।
ପ୍ରାୟ ୨୦ ବର୍ଷ ବୟସରୁ ରାମ ମନ୍ଦିରରେ ପୂଜା କରିଆସୁଛନ୍ତି ୮୫ ବର୍ଷୀୟ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ୧୯୯୨ ମସିହାରେ ଯେତେବେଳେ ବାବରୀ ମସଜିଦ ବିବାଦ ଆରମ୍ଭ ହୋଇଥିଲା ସେତେବେଳେ ସେ ରାମ ଲଲାଙ୍କ ଏକ ଛୋଟ ମୂର୍ତ୍ତିର ପୂଜାର୍ଚ୍ଚନା କରୁଥିଲେ । ଗତ ମାସ ଜାନୁଆରୀ ୧୧ ତାରିଖରେ, ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଅଯୋଧ୍ୟା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରଥମ ବାର୍ଷିକୀ ପାଳନ କରୁଥିବାର ଦେଖିବା ପାଇଁ ମିଳିଥିଲା ।

କିଏ ଥିଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପିଲାଦିନରୁ ହିଁ ଭଗବାନଙ୍କ ପ୍ରତି ବହୁତ ଭଲ ପାଇବା ଏବଂ ଆକର୍ଷଣ ରହିଥିଲା । ବହୁତ କମ୍ ବୟସରୁ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ସନ୍ୟାସ ଗ୍ରହଣ କରିବେ ଏବଂ ନିଜକୁ ଭଗବାନଙ୍କ ଚରଣରେ ସମର୍ପିତ କରିବେ ତାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ମାତା ପିତା ମଧ୍ୟ ଖୁବ୍ ଖୁସି ଥିଲେ ଏବଂ କୌଣସି ବାଧକ ସୃଷ୍ଟି କରି ନଥିଲେ ।
ଏପରି ମଧ୍ୟ କୁହାଯାଏ ଯେ ରାମ ମନ୍ଦିର ବିବାଦ ସହ ତାଙ୍କର ସମ୍ପର୍କ ରହିଛି । ଯେତେବେଳେ ବଡ଼ ବଡ଼ ସଂଗଠନଗୁଡ଼ିକ ବାବରୀ ମସଜିଦ ମାମଲାର ବିବାଦକୁ ନେଇ ମୋର୍ଚ୍ଚା ଆରମ୍ଭ କରିଥିଲେ, ସେତେବେଳେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ହିଁ ରାମଲାଲ ମୂର୍ତ୍ତିଙ୍କୁ ସୁରକ୍ଷାରେ ରଖିଥିଲେ । କୁହାଯାଏ ଯେ ବାବରୀ ଧ୍ୱଂସ ଦିନ ସେ ରାମ ଲଲାଙ୍କ ମୂର୍ତ୍ତିକୁ କୋଳରେ ଧରି ପଳାଇ ଯାଇଥିଲେ ଏବଂ ସେବେଠାରୁ ସେ ରାମ ଲଲାଙ୍କ ପୂଜାର୍ଚ୍ଚନା କରିଥାନ୍ତି ।
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ୧୯୪୫ ମସିହାରେ ଉତ୍ତର ପ୍ରଦେଶର ସନ୍ଥ କବୀରନଗରରେ ଜନ୍ମଗ୍ରହଣ କରିଥିଲେ। ପିଲା ଦିନରୁ ସେ ପାଠ ପଢାରେ ଅଧିକ ରୁଚି ରଖୁଥିଲେ । ୧୯୭୫ ମସିହାରେ ସଂସ୍କୃତ ବିଦ୍ୟାଳୟରୁ ଆଚାର୍ଯ୍ୟ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଅଯୋଧ୍ୟାର ସଂସ୍କୃତ କଲେଜରେ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ରାମଲଲାଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ ।












Click it and Unblock the Notifications