କାହା କାନ୍ଧରେ ଓଡ଼ିଶା ବିଜେପି ଦାୟିତ୍ୱ ?
Parliament Election 2024 : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଆକ୍ସନ ମୋଡକୁ ଆସିଛି । ଲୋକସଭା ନିର୍ବାଚନ ପାଇଁ ଦଳ ତାହାର ପ୍ରସ୍ତୁତି ଶେଷ କରିବା ଆରମ୍ଭ କରିଛି । ଶନିବାର ଭାଜପା ଦ୍ୱାରା ପ୍ରକାଶିତ ତାଲିକାରେ ଉତ୍ତରପ୍ରଦେଶ ବ୍ୟତୀତ ଉତ୍ତରଖଣ୍ଡର ପ୍ରଭାରୀ ଦାୟିତ୍ୱ ଦୁଷ୍ୟନ୍ତ ଗୌତମଙ୍କୁ ଦିଆଯାଇଛି। ୨୩ଟି ରାଜ୍ୟର ପ୍ରଭାରୀ ତାଲିକା ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରକାଶ କରିଛନ୍ତି। ଏଥିରେ ଲେଖା ଅଛି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ରାଜ୍ୟଗୁଡ଼ିକର ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି।
ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶର ଦାୟିତ୍ୱ ବୈଜୟନ୍ତ ପଣ୍ଡାଙ୍କୁ ଦିଆଯାଇଛି । ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ, ପି ବଙ୍ଗଳାର ଦାୟିତ୍ୱ ଦିଆଯାଇଛି । ଏଠାରେ ତାଙ୍କୁ ମମତା ବାନାର୍ଜୀଙ୍କ ଗଡ଼ରେ ବିଜେପି ପଦ୍ମ ଫୁଟାଇବାର ଦ୍ୱୟିତ୍ୱ ଦିଆଯାଇଛି । ଦିଆଯାଇଛି । ତାଙ୍କୁ ସମର୍ଥନ କରିବା ପାଇଁ ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ ଏବଂ ଆଶା ଲାକ୍ରାଙ୍କୁ ସହ-ଇନଚାର୍ଜ ଭାବେ ନିଯୁକ୍ତ କରାଯାଇଛି । ମଧ୍ୟପ୍ରଦେଶର ଲୋକସଭା ନିର୍ବାଚନରେ ମହେନ୍ଦ୍ର ସିଂ ଏବଂ ସତିଶ ଉପାଧ୍ୟକ୍ଷଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି ।

ସେହପରି ନିର୍ବାଚନ ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି । ବିଜୟପାଲ ସିଂ ତୋମାର -ପ୍ରଭାରୀ ଓ ଲତା ଉସେଣ୍ଡି ସହ-ପ୍ରଭାରୀ ଦାୟିତ୍ୱରେ ରହିବେ । ଆଣ୍ଡାମାନ ନିକୋବର ପାଇଁ ଶ୍ରୀ ୱାଇ ସତ୍ୟକୁମାରଙ୍କୁ ନିଯୁକ୍ତ କରିଛି ଦଳ ।
ସେହିପରି ଅରୁଣାଚଳ ପ୍ରଦେଶ ଶ୍ରୀ ଅଶୋକ ସିଂହଲ, ବିହାର ଶ୍ରୀ ବିନୋଦ ତାୱଡେ ଓ ଶ୍ରୀ ଦୀପକ ପ୍ରକାଶଙ୍କୁ ଦାୟିତ୍ୱ ମିଳିଛି । ଚଣ୍ଡିଗଡ଼ରେ ଶ୍ରୀ ବିଜୟଭାଇ ରୂପାଣୀ । ଡାମନଡିଉ ପାଇଁ ଶ୍ରୀ ପୁରନେଶ ମୋଦି ଏବଂ ଦୁଷ୍ମନ୍ତ ପଟେଲଙ୍କୁ ଦାୟିତ୍ୱ ଦେଇଛି ଦଳ । ଗୋଆ ପାଇଁ ଶ୍ରୀ ଆଶିଷ ସୁଦ, ହରିୟାଣା ପାଇଁ ଶ୍ରୀ ବିପ୍ଳବ କୁମାର ଦେ ଓ ଶ୍ରୀ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ଶ୍ରୀ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ଜମ୍ମୁକାଶ୍ମୀର ପାଇଁ ଶ୍ରୀ ତରୁଣ ଚୁଘ୍ ଓ ଶ୍ରୀ ଆଶିଷ ସୁଦଙ୍କୁ ଦାୟିତ୍ୱ ମିଳିଛି ।












Click it and Unblock the Notifications