Get Updates
Get notified of breaking news, exclusive insights, and must-see stories!

WHO ଚାଞ୍ଚଲ୍ୟକର ତଥ୍ୟ: କହିଲା, ଭାରତରେ ହୋଇଛି 47 ଲକ୍ଷ ଅତିରିକ୍ତ କୋଭିଡ ମୃତ୍ୟୁ, ଖଣ୍ଡନ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

କୋଭିଡ-୧୯ ମହାମାରୀରେ ଦେଶରେ ୪୭ ଲକ୍ଷରୁ ଅଧିକ ମୃତ୍ୟୁହାର ହେବାର ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ନୂତନ ଆକଳନରୁ ଜଣାପଡିଛି। କିନ୍ତୁ ଏହି ରିପୋର୍ଟକୁ ଭାରତ ତୀବ୍ର ବିରୋଧ କରିଛି।

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀରେ ଦେଶରେ ୪୭ ଲକ୍ଷରୁ ଅଧିକ ମୃତ୍ୟୁହାର ହେବାର ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ନୂତନ ଆକଳନରୁ ଜଣାପଡିଛି। କିନ୍ତୁ ଏହି ରିପୋର୍ଟକୁ ଭାରତ ତୀବ୍ର ବିରୋଧ କରିଛି। ଏଥିରେ ବ୍ୟବହୃତ ଡାଟା ସଠିକ୍ ନଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶ୍ନ କରାଯାଇଛି ।

WHO

ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୦ ରୁ ଡିସେମ୍ବର ୨୦୨୧ ଭିତରେ ଦେଶରେ କୋଭିଡ୍ ମୃତ୍ୟୁ ହାର ୪୭,୪୦,୮୯୪ ରହିଥିଲା। ତେବେ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ୪,୮୧,୦୦୦ ରେ ପହଞ୍ଚି ସାରିଥିଲା। ବର୍ତ୍ତମାନ ଦେଶ ର କୋଭିଡ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୫,୨୩,୦୦୦ ରହିଛି।

ସାରା ବିଶ୍ବରେ ୧୪.୯ ମିଲିୟନରୁ ଅଧିକ ମୃତ୍ୟୁ ସଂଖ୍ୟା ଥିବା ରେକର୍ଡ କରାଯାଇଥିବା ବେଳେ ପୂର୍ବରୁ ଦୁଇ ବର୍ଷର ୫.୪୨ ମିଲିୟନ ରେକର୍ଡ କରାଯାଇଛି । ପୂର୍ବ ବର୍ଷର ତଥ୍ୟକୁ ଆଧାର କରି ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ଏହି ରିପୋର୍ଟ ତିଆରି କରିଛି । ତେବେ ସମୁଦାୟ ମୃତ୍ୟୁ ଭିତରୁ କିଛି କୋଭିଡ୍ ଜନିତ ହେଉଥିବା ବେଳେ ଅନେକ ଏହାର ସାମାଜିକ ପ୍ରଭାବରେ ହି ମୃତ୍ୟୁ ର ଶିକାର ହୋଇଛନ୍ତି ।

ମହାମାରୀ ହେତୁ ଅନେକ ଭଲ ସ୍ବାସ୍ଥ୍ୟ ସୁବିଧା ନ ପାଇ ମୃତ୍ୟୁମୁଖ ରେ ପଡ଼ିଥିବା ବେଳେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଦୋହଲାଇ ଦେଇ ଥିଲା। ବିଶ୍ବରେ ୧୦ ଟି ଦେଶ ରେ ପ୍ରାୟ ,୬୮% ଅଧିକ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ , ଏଥିରେ ଭାରତ ସବୁଠୁ ଆଗରେ ରହିଛି। ବ୍ରାଜିଲ, ଇଣ୍ଡୋନେସିଆ, ମେକ୍ସିକୋ, ପେରୁ, ତୁର୍କୀ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଆମେରିକା ରେ ଅଧିକ ମୃତ୍ୟୁ ହର ରହିଛି।

ବର୍ତ୍ତମାନ ନିର୍ଦ୍ଧାରିତ ରିପୋର୍ଟ ୪୦ ଜଣ ଏକ୍ସପେଟଙ୍କୁ ନେଇ ସଠିକ୍ ତଥ୍ୟ ନିଆଯାଇ ପ୍ରସ୍ତୁତ କରାଯାଇଥିବା ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଡାଟା ଅନାଲିଟିକସ ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ଜେନେରାଲ ସମିରା ଅସ୍ମା ନିଜର ମତ ରଖିଛନ୍ତି। ମହାମାରୀରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଆମକୁ ସଠିକ୍ ତଥ୍ୟ ଦେବାରେ ଭବିଷ୍ୟତରେ ସାହାଯ୍ୟ କରିବା ସହ କୋଭିଡରେ ମୃତକ ଙ୍କ ଆତ୍ମର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଛନ୍ତି ସମିରା।

ଅନ୍ୟପଟେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟକୁ ବିରୋଧ କରିଛି ଭାରତ। ଏଥିରେ ଥିବା ତଥ୍ୟ ସଠିକ୍ ନଥିବା ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସଠିକ୍ ତଥ୍ୟ ହାସଲ କରି ରିପୋର୍ଟ ପ୍ରସ୍ତୁତ କରିବା ନେଇ କୁହାଯାଇଛି। ତେବେ ଭବିଷ୍ୟତ ରେ ଏହି ରିପୋର୍ଟ କୁ ଅଥିକ ଏକ୍ସପର୍ଟଙ୍କ ସହ ରିସର୍ଚ୍ଚ କରା ଯାଇ ପୁନଃପ୍ରସ୍ଥୁତ କରାଯିବ ବୋଲି ଅସ୍ମା କହିଚନ୍ତି।

ପ୍ରତ୍ୟେକ ଦେଶ ମହାମାରୀ ନେଇ ପ୍ରସ୍ତୁତ ରହିବା ଆବଶ୍ୟକ, ଯଥେଷ୍ଟ ସ୍ବାସ୍ଥ୍ୟ ସୁବିଧା ରହିଲେ ରୋଗୀଙ୍କୁ ସମସ୍ୟାରେ ଅଧିକ ସାମ୍ନା କରିବା ପାଇଁ ପଡିବ ନାହିଁ ବୋଲି କହିଛନ୍ତି, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଡାଇରେକ୍ଟର ଜେନେରାଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+