ସାରା ବିଶ୍ବ ଜଣେ କିଏ କଣ ? ଏମିତି କିଛି କହି ପାକିସ୍ତାନ ଉପରେ ବର୍ଷିଲା ଭାରତ

ପାକିସ୍ତାନର ଶହବାଜ ସରକାର ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ପାଇଁ ଭାରତ ଉପରେ ଅଭିଯୋଗ ଆଣିଥିଲେ। ଭାରତ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା, ନେଇ ପାକିସ୍ତାନ ଅଭିଯୋଗ କରିବା ପରେ, ଏବେ ଏହାକୁ ପ୍ରତ୍ୟାଖ୍ୟାନ କରି କିଛି ଏପରି କହି ବର୍ଷିଛି ଭାରତ ।

PAKISTAN

ଏନେଇ ଭାରତର ବୈଦିଶିକ ବ୍ୟାପାର ମନ୍ତ୍ରାଳୟ. ପାକିସ୍ତାନ ଦେଇଥିବା ମନ୍ତବ୍ୟକୁ ଦୃଢ ପ୍ରତ୍ୟାଖ୍ୟାନ କରିବା ସହ ପାକିସ୍ତାନକୁ କଡା ନିନ୍ଦା କରିଛି । କହିଛି, ଆମେ ପାକିସ୍ତାନ ଦ୍ୱାରା କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। ବିଶ୍ୱ ଭଲ ଭାବରେ ଜାଣିଛି ଯେ, ଆତଙ୍କବାଦର ପ୍ରକୃତ କେନ୍ଦ୍ର କେଉଁଠାରେ ରହିଛି । ଇସଲାମାବାଦ ଭାରତକୁ ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଦାୟୀ କରୁଛି, ହେଲେ ପାକିସ୍ତାନ ନିଜ ଆଭ୍ୟନ୍ତରୀଣ ସମସ୍ୟା ଏବଂ ବିଫଳତାର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା ପରିବର୍ତ୍ତେ ନିଜ ଦୋଷ ଉପରେ ବିଶେଷ ଗୁରୁତ୍ବ ଦେବା ଉଚିତ୍ ।

ତେବେ ସାମ୍ପ୍ରତିକ ବେଲୁଚିସ୍ତାନ ଟ୍ରେନ ହାଇଜାକ ପରେ ଭାରତକୁ ଆତଙ୍କବାଦ ସମର୍ଥକ ବୋଲି କହିଥିଲା ପାକିସ୍ତାନ । ଯେଉଁଥିରେ ପ୍ରାୟ ୨୧ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର, ଶଫକତ ଅଲି ଖାନ ଦାବି କରିଥିଲେ, ଜାଫର ଏକ୍ସପ୍ରେସ୍ ଉପରେ ଆକ୍ରମଣରେ ସମ୍ପୃକ୍ତ ବିଦ୍ରୋହୀମାନେ ଆଫଗାନିସ୍ତାନର ରିଙ୍ଗ୍ ନେତାମାନଙ୍କ ସହିତ ଯୋଗାଯୋଗରେ ଥିଲେ । ଯଦିଓ ପାକିସ୍ତାନ ପ୍ରାୟତଃ ଭାରତକୁ ବାଲୁଚି ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ପାଇଁ ଦାୟୀ କରିଆସୁଛି, ଏଥର କିନ୍ତୁ ଏହାର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ଖାନ ଆକ୍ରମଣର ସମନ୍ୱୟର ଉତ୍ସ ଭାବରେ ଆଫଗାନିସ୍ତାନକୁ ସୂଚାଇଛନ୍ତି । କହିଛନ୍ତି, ଆମର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତ ପାକିସ୍ତାନ ବିରୁଦ୍ଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ସାମିଲ ଅଛି ।

ଖାନ ଆହୁରି ମଧ୍ୟ ଭାରତକୁ ବିଶ୍ୱବ୍ୟାପୀ ହତ୍ୟା ଅଭିଯାନ ଚଳାଇବା ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକୁ ଅସ୍ଥିର କରିବା ଭଳି ଅଭିଯୋଗ କରିଥିଲେ । ସେ ଭାରତୀୟ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରି ଦାବି କରିଥିଲେ ଯେ, ଭାରତ ପାକିସ୍ତାନ ଆତଙ୍କବାଦୀ ସଂସ୍ଥା, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)କୁ ଅଧିକ ବଢେଇ ଚଢେଇ ମହିମା ପ୍ରଦାନ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+