ଚନ୍ଦ୍ରୟାନ-୩କୁ ଲିଡ୍ କରୁଛନ୍ତି ଏହି ମହିଳା ? ‘ରକେଟ୍ ଓମ୍ୟାନ୍’ ଭାବେ ଜଣାଶୁଣା
ଆଜି ଦିନ ୨ଟା ୩୫ରେ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ବିଶାଳକାୟ ଚନ୍ଦ୍ରୟାନ-୩। ଭୂପୃଷ୍ଠ ଛାଡିବାର ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାର ନିର୍ଦ୍ଧାରିତ ପ୍ରାରମ୍ଭିତ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩ । ୬୧୫ କୋଟି ବଜେଟରେ ନିର୍ମିତ ଏହି ମିଶନ୍ । ୫୦ ଦିନର ଯାତ୍ରା ପରେ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ନିକଟରେ ଲ୍ୟାଣ୍ଡିଙ୍ଗ କରିବ ।
ତେବେ ଚାଲନ୍ତୁ ଜାଣିବା ଏହାକୁ କିଏ ଲିଡ କରୁଛି ? ଏହାକୁ ଲିଡ୍ କରୁଛନ୍ତି 'ରକେଟ୍ ଓମ୍ୟାନ୍' ଭାବେ ଜଣାଶୁଣା ମହାକାଶ ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବ। ଋତୁ କରିଧାଲ ଶ୍ରୀବାସ୍ତବ ଚନ୍ଦ୍ରୟାନ୍-୩ର ମିଶନ୍ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି । ଋତୁ ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଜଣେ ଆଗଧାଡିର ବୈଜ୍ଞାନିକ ।
ମଙ୍ଗଳ ମିଶନରେ ତାଙ୍କର ଭୂମିକାକୁ ଦୃଷ୍ଟିରେ ରଖି ଋତୁଙ୍କୁ ଚନ୍ଦ୍ରଯାନ-୩ର ଗୁରୁ ଦାୟିତ୍ୱ ଦିଆଯାଇଛି । ମଙ୍ଗଳ ମିଶନର ଡେପୁଟି ଡାଇରେକ୍ଟର ଓ ଚନ୍ଦ୍ରଯାନ-୨ ମିଶନର ଡାଇରେକ୍ଟର ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଲକ୍ଷ୍ମୋ ମହାବିଦ୍ୟାଳରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଲକ୍ଷ୍ମୋ ବିଶ୍ୱବିଦ୍ୟାଳୟରୁ ସେ ଗ୍ରାଜୁଏସନ୍ ଶେଷ କରିଛନ୍ତି। ପାରେ ୨୦୦୭ରେ ସେ ଇସ୍ରୋରେ ଯୋଗ ଦେଇଥିଲେ। ୨୦୦୭ରେ ତାଙ୍କୁ ଯୁବ ଵୈଜ୍ଞାନିକ ପୁରସ୍କାର ମିଳିଥିଲା । ମହାକାଶ ବିଜ୍ଞାନରେ ରୁଚି ରଖିଥିବା ଋତୁଙ୍କୁ ଏପିଜେ ଅବଦୁଲ କଲାମ ଯୁବା ବୈଜ୍ଞାନିକ ସମ୍ମାନ, ସୋସାଇଟି ଅଫ୍ ଇଣ୍ଡିଆନ୍ ଟେକ୍ନୋଲୋଜି ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ଏରୋସ୍ପେଶ୍ ମହିଳା ଉପଲବ୍ଧି ପୁରସ୍କାର ପରି ଅନେକ ସମ୍ମାନ ମିଳିଛି ।
ସୂଚନାଥାଉ କି, ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଥିଲା ଚନ୍ଦ୍ରୟାନ-୧ । ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍ ।
ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରି ନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇ ଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ ।












Click it and Unblock the Notifications