ଜାଣନ୍ତୁ; କିଏ ଦେଶର ସବୁଠୁ ଧନୀ ଓ କିଏ ଗରିବ ବିଧାୟକ ?

ଓଡ଼ିଶାର ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି ଦେଶର ୨ୟ ଗରିବ ବିଧାୟକ । ତାଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ମାତ୍ର ୧୫ ହଜାର ଟଙ୍କା । ସେ ଗରିବ ବିଧାୟକ ତାଲିକାରେ ୨ୟ ସ୍ଥାନରେ ରହିଛନ୍ତି ।

ଦେଶର ସବୁଠାରୁ ଗରିବ ବିଧାୟକ କିଏ ଜାଣନ୍ତି ? ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧରାଙ୍କ ମୋଟ ସ୍ଥାବର ଅସ୍ଥାବାର ସମ୍ପତ୍ତି ହେଉଛି ମାତ୍ର ୧୭୦୦ ଟଙ୍କା । ସେ ସବୁଠୁ ଗରିବ ବିଧାୟକ।

ସେହିଭଳି ପଞ୍ଜାବର ଆପ୍ ବିଧାୟକ ନରିନ୍ଦର ପାଲ୍ ସିଂହଙ୍କ ସମ୍ପତ୍ତି ପରିମାଣ ୧୮,୩୭୦ ଟଙ୍କା । ADR ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏ ନେଇ ଜଣାପଡିଛି ।

poor_mla

ଆମେ ଯଦି ଧନୀ ବିଧାୟକଙ୍କ କଥା ଦେଖିବା, ଦେଶର ଶ୍ରେଷ୍ଠ ୨୦ ଧନୀ ବିଧାୟକଙ୍କ ମଧ୍ୟରୁ କେବଳ ୧୨ ଜଣ ବିଧାୟକ କର୍ଣ୍ଣାଟକର ।ଅରୁଣାଚଳ ପ୍ରଦେଶର ୫୯ ଜଣ ବିଧାୟକଙ୍କ ମଧ୍ୟରୁ ୪ ଜଣ କୋଟିପତି । ସେମାନଙ୍କ ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ ।

ଦେଶର ସବୁଠାରୁ ଧନୀ ବିଧାୟକ ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର । ତାଙ୍କର ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୧୪୧୩ କୋଟି ଟଙ୍କା । ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ।

ତାଙ୍କ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକର ନିର୍ଦ୍ଦଳୀୟ ବିଧାୟକ କେ.ଏଚ ପୁଟ୍ଟାସ୍ୱାମୀ ଗୌଡା ଥିବା ବେଳେ ତାଙ୍କର ସମ୍ପତ୍ତି ମୂଲ୍ୟ ୧,୨୬୭ କୋଟି ରହିଛି । ତୃତୀୟରେ ୧,୧୫୬ କୋଟି ମୂଲ୍ୟର ସମ୍ପତ୍ତି ସହ କର୍ଣ୍ଣାଟକର କଂଗ୍ରେସ ବିଧାୟକ ପ୍ରିୟା କୃଷ୍ଣା ସ୍ଥାନ ପାଇଛନ୍ତି।

କିନ୍ତୁ ଏଭଳି କିଛି ବିଧାୟକ ଓ ସାଂସଦ ରହିଛନ୍ତି ଯେଉଁମାନେ କି ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରି ପରେ ରାଜନୀତିକୁ ଆସିଛନ୍ତି । ଆଉ ବ୍ୟତିକ୍ରମ ହେଉଛି ଏଭଳି କିଛି ବିଧାୟକ ଅଛନ୍ତି ଯେଉଁମାନଙ୍କ ସମ୍ପତ୍ତିର ପରିମାଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଦେଶର ଟପ୍ ୨୦ ଧନୀ ବିଧାୟକ ତାଲିକାରେ କର୍ଣ୍ଣାଟକର ସର୍ବାଧିକ ୧୨ ଜଣ ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୪% ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୧୦୦ କୋଟିରୁ ଅଧିକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+