ଜାଣନ୍ତୁ କିଏ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲା ଖାଲିଦ
Pahalgam Attack: ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ବିଶ୍ୱକୁ ବିଚଳିତ କରିଛି । ସୁନ୍ଦର ଉପତ୍ୟକା ପାଇଁ ପ୍ରସିଦ୍ଧ ବୈସାରଣ ଉପତ୍ୟକାରେ ମନୁଷ୍ୟତାର ହତ୍ୟା କରାଯାଇଛି କହିବା କିଛି ଭୁଲ ହେବ ନାହିଁ । ନିରିହ ପର୍ଯ୍ୟଟକଙ୍କୁ ଜାତି, ଧର୍ମ ନାଁ ପଚରା ଯାଇ ଗୁଳି କରିବା ଘଟଣା ବୋଧ ହୁଏ ପ୍ରଥମ ଥର । ଏପରି ଘଟଣା ଦେଶର ଶାନ୍ତି ନଷ୍ଟ କରିବା ସହ ପ୍ରତ୍ୟେକଟି ଲୋକଙ୍କ ମନକୁ ଦୋହଲାଇ ଦେଇଛି । ସେହିପରି ଏହା ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହା ଏକ ଖୋଲା ଚ୍ୟାଲେଞ୍ଜ ଦେଇଛି ।
ନିଜ ଦୈନନ୍ଦିନ କାମରୁ ଟିକିଏ ବ୍ରେକ୍ ନେଇ ପରିବାର ସହ ମନ ଖୁସି କରିବା ପାଇଁ ଲୋକେ ବୁଲି ଯାଇଥାନ୍ତି । ତେବେ ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ପସନ୍ଦ ଥାଏ କଶ୍ମୀର ବୁଲି ଯିବା । ଜମ୍ମୁ କଶ୍ମୀରର ସୁନ୍ଦରତା ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ହେଲେ ବୁଲି ଯିବା ପାଇଁ ଯାଇ ନିଜ ପରିବାର ସଦସ୍ୟଙ୍କୁ ହରାଇବାର କଷ୍ଟ ଆଜି କଶ୍ମୀର ଯାଇଥିବା ସେହି ପର୍ଯ୍ୟଟକଙ୍କ ଆଖିରେ ଦେଖିବା ପାଇଁ ମିଳୁଛି ଏବଂ ସାରା ଦେଶ ଆଜି ଏହି ଯନ୍ତ୍ରଣାକୁ ଅନୁଭବ କରିପାରୁଛି ।
ସ୍ତ୍ରୀ ସାମ୍ନାରେ ସ୍ୱାମୀର ହତ୍ୟା ତ କେତେବେଳେ ପୁଅ ଆଗରେ ବାପାକୁ ଗୁଳି କରି ଚାଲିଗଲେ ଆତଙ୍କବାଦୀ । ହେଲେ ଛାଡି ଚାଲିଗଲେ ଭୟ, ଯନ୍ତ୍ରଣା ଏବଂ ଅସହ୍ୟ ଦୁଃଖ । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣର ଦାୟିତ୍ୱ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ଛାମୁଆ ଗୋଷ୍ଠୀ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ' (TRF)ନେଇଛି । ଏହି ଆକ୍ରମଣ ପଛରେ ସୈଫୁଲ୍ଲା ଖାଲିଦର ହାତ ଥିବା ନେଇ ସୂଚନା ରହିଛି ।

ସୂତ୍ର ଅନୁସାରେ, ଏହି ଆକ୍ରମଣ ପଛରେ ଥିବା ଆତଙ୍କବାଦୀର ନାମ ଲସ୍କରର ଉପମୁଖ୍ୟ ସୈଫୁଲ୍ଲା ଖାଲିଦ। ତାଙ୍କୁ ସୈଫୁଲ୍ଲା କସୁରୀ ନାମରେ ମଧ୍ୟ ଜଣାଶୁଣା। ଏହି ସେହି ଆତଙ୍କବାଦୀ ଯିଏ ଭାରତରେ ଅନେକ ବଡ଼ ଆକ୍ରମଣରେ ସାମିଲ ଅଛି ଏବଂ ହାଫିଜ୍ ସଇଦର ଅତି ନିକଟତର ବୋଲି ବିବେଚନା କରାଯାଏ।
ସୈଫୁଲ୍ଲାଙ୍କ ଶକ୍ତିର ଅନୁମାନ ଏହି କଥାରୁ କରାଯାଇପାରେ ଯେ ପାକିସ୍ତାନରେ ସେନା ଅଧିକାରୀମାନେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଫୁଲ ବର୍ଷା କରନ୍ତି। ସେ ସବୁବେଳେ ବିଳାସପୂର୍ଣ୍ଣ କାରରେ ଯାତ୍ରା କରନ୍ତି ଏବଂ ପ୍ରବଳ ସଶସ୍ତ୍ର ଆତଙ୍କବାଦୀଙ୍କ ଦ୍ୱାରା ସୁରକ୍ଷିତ। ସେ ଭାରତ ବିରୁଦ୍ଧରେ ପାକିସ୍ତାନୀ ସେନାକୁ ଉସୁକାଇଥାନ୍ତି ।
ରିପୋର୍ଟ ଅନୁସାରେ, ଆକ୍ରମଣର ମାତ୍ର ଦୁଇ ମାସ ପୂର୍ବରୁ, ସେ ପାକିସ୍ତାନର ପଞ୍ଜାବର କଙ୍ଗନପୁରରେ ଥିବା ପାକ୍ ସେନାର ଏକ ବଡ଼ ଶିବିରକୁ ଯାଇଥିଲେ। ସେଠାରେ ତାଙ୍କୁ ନିଜେ କର୍ଣ୍ଣେଲ ଜାହିଦ ଜରିନ ଖଟ୍ଟକ ଡକାଇଥିଲେ ଏବଂ ସେ ସେଠାରେ ଉପସ୍ଥିତ ସୈନିକମାନଙ୍କୁ ଭାରତ ବିରୁଦ୍ଧରେ ବିଷାକ୍ତ ଭାଷଣ ଦେଇଥିଲେ। ସେ କହିଥିଲେ ଯେ ତୁମେ ଯେତେ ଅଧିକ ଭାରତୀୟ ସୈନିକଙ୍କୁ ହତ୍ୟା କରିବ, ଆଲ୍ଲା ସେତେ ଅଧିକ ତୁମକୁ ପୁରସ୍କାର ଦେବେ।












Click it and Unblock the Notifications