ସୁବୋଧ ଜୟସଓ୍ୱାଲ ହେଲେ ନୂଆ ସିବିଆଇ ଡିଜି
ମଙ୍ଗଳବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୁବୋଧ ଜୟସୱାଲଙ୍କୁ ଆସନ୍ତା 2 ବର୍ଷ ପାଇଁ ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ଏକ ସ୍ୱଚ୍ଛ ପ୍ରତିଛବି ଥିବା ସୁବୋଧ ବର୍ତ୍ତମାନ CISF ର ଡିଜି ଥିଲେ ।
ନୂଆଦିଲ୍ଲୀ: ଦୀର୍ଘ ଦିନର ଆଲୋଚନା ପ୍ରତ୍ୟାଲୋଚନା ପରେ କେନ୍ଦ୍ର ସରକାର ମହାରାଷ୍ଟ୍ର କ୍ୟାଡରର 1985 ବ୍ୟାଚ୍ ଆଇପିଏସ୍ ଅଧିକାରୀ ସୁବୋଧ ଜୟସୱାଲଙ୍କୁ ସିବିଆଇର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୁବୋଧ ଜୟସୱାଲଙ୍କୁ ଆସନ୍ତା 2 ବର୍ଷ ପାଇଁ ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ଏକ ସ୍ୱଚ୍ଛ ପ୍ରତିଛବି ଥିବା ସୁବୋଧ ବର୍ତ୍ତମାନ CISF ର ଡିଜି ଥିଲେ ।

ସୂଚନାଯୋଗ୍ୟ ଯେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ତଥା ଗୁଜୁରାଟ କ୍ୟାଡରର ଆଇପିଏସ୍ ପ୍ରବୀଣ ସିହ୍ନା ସିବିଆଇର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ଗତ ବର୍ଷ ଫେବୃଆରୀରେ ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଏବଂ ଡେପୁଟି ଚିଫ୍ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଥିବାରୁ ଏହି ପଦବୀ ଖାଲି ପଡିଥିଲା । ନୂତନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସୋମବାର ସନ୍ଧ୍ୟା 6.30 ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି କମିଟିର ସଦସ୍ୟମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣନା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଅଧିର ରଂଜନ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ 1985 ବ୍ୟାଚ୍ ର ସୁବୋଧ ଜୟସୱାଲଙ୍କ ସମେତ ଭି.ଏସ୍ କୌମୁଦି ଏବଂ କୁମାର ରାଜେଶ ଚନ୍ଦ୍ରଙ୍କ ନାମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଏନ.ଭି. ରମନା ଏବଂ ବିରୋଧୀ ଦଳର ଲୋକସଭା ନେତା ଅଧିର ରଞ୍ଜନ ଚୌଧୁରୀ ସର୍ବସମ୍ମତି କ୍ରମେ ସୁବୋଧ ଜୟସୱାଲଙ୍କ ନାମରେ ସହମତି ପ୍ରକାଶ କରିଥିଲେ । ଏଥିସହିତ ଏହାକୁ ନିଯୁକ୍ତି କ୍ୟାବିନେଟ କମିଟି ନିକଟକୁ ପଠାଇଥିଲେ ।
IPS Subodh Kumar Jaiswal has been appointed as Director of Central Bureau of Investigation (CBI) for a period of 2 years pic.twitter.com/jFGwZbOen4
— ANI (@ANI) May 25, 2021
ଏହା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସୁବୋଧ ଜୟସୱାଲଙ୍କ ନାମରେ ନିଯୁକ୍ତି ପତ୍ର ପ୍ରକାଶ ପାଇଥିଲା । ଜାରି କରାଯାଇଥିବା ନିଯୁକ୍ତି ପତ୍ର ଅନୁଯାୟୀ, ସୁବୋଧ ଜୟସୱାଲଙ୍କ କାର୍ଯ୍ୟକାଳ କାର୍ଯ୍ୟଭାର ଗ୍ରହଣ ଦିନଠାରୁ 2 ବର୍ଷ ହେବ।












Click it and Unblock the Notifications