ଜାଣନ୍ତୁ କିଏ ପ୍ରସିଦ୍ଧ ସୁପରଟେକ ଟ୍ବିନ ଟାୱାର ମାଲିକ

ନୋଏଡାର ସୁପରଟେକ୍ ଟ୍ଵିନ୍ ଟାଓ୍ଵାର ନିର୍ମାଣ ବେଳେ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଅନେକ ଚେଷ୍ଟା ପରେ ଶେଷରେ ମାଟିରେ ମିଶିଛି ଟ୍ଵିନ୍ ଟାଓ୍ଵାର ।

ନୂଆଦିଲ୍ଲୀ: ନୋଏଡାର ସୁପରଟେକ୍ ଟ୍ଵିନ୍ ଟାଓ୍ଵାର ନିର୍ମାଣ ବେଳେ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଅନେକ ଚେଷ୍ଟା ପରେ ଶେଷରେ ମାଟିରେ ମିଶିଛି ଟ୍ଵିନ୍ ଟାଓ୍ଵାର । ଦୀର୍ଘ ସମୟ ଧରି ଆଇନଗତ ପ୍ରକ୍ରିୟା ପରେ ଶେଷରେ ଟ୍ଵିନ୍ ଟାଓ୍ଵାରକୁ ବିସ୍ଫୋରକ ଜରିଆରେ ମାତ୍ର 9 ସେକେଣ୍ଡରେ ମାଟିରେ ମିଶାଇ ଦିଆଯାଇଥିଲା। ଆଜି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଟ୍ବିନ ଟାୱାରର ଚେୟାରମ୍ୟାନ ଆରକେ ଅରୋରା ।

RK arora

ଆରକେ ଆରୋରାଙ୍କ କହିବା ଅନୁସାରେ, ଟ୍ଵିନ୍ ଟାଓ୍ଵାରର ନିର୍ମାଣ ସମୟରେ କୌଣସି ପ୍ରକାର ନିୟମର ଉଲ୍ଲଂଘନ ହୋଇନଥିଲା। ଏମରଲ୍ଡ କୋର୍ଟର ନିଷ୍ପତ୍ତି କ୍ରମେ ହିଁ ଟାଓ୍ଵାର ନିର୍ମାଣ କାମ ହୋଇଥିଲା। ମାତ୍ର ଏହାର ଉଚ୍ଚତା 40 ମହଲା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ବିବାଦ। ତେବେ ଏହା ମାଟିରେ ମିଶିବା ଦ୍ୱାରା ପ୍ରାୟ 5ଶହ କୋଟି ଟଙ୍କା କ୍ଷତି ହୋଇଥିବା କହିଛନ୍ତି ଅରୋରା ।

ସେ କହିଛନ୍ତି ଯେ, ଏହି ଟାଓ୍ୱାର ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏବେ ଏହାର ବଜାର ଦର 700 କୋଟିରୁ ଅଧିକ ହେବ । ଟାୱାର ଭାଙ୍ଗିବା ପୂର୍ବ ରାତିରେ ଶୋଇନଥିବା ନେଇ କହିଛନ୍ତି ଅରୋରା । ବିଲ୍ଡିଂ ଭାଙ୍ଗୁଥିବା ସବୁଠୁ ଉନ୍ନତ ଏକ୍ସପର୍ଟ କମ୍ପାନୀକୁ ଏହି ଅଟ୍ଟାଳିକା ଭାଙ୍ଗିବା ଦାୟିତ୍ଵ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+