କିଏ ସେହି ରେଖା ଗୁପ୍ତା, ଯାହାଙ୍କ ନାଁରେ ବାଜିଲା ସିଏମ୍ ମୋହର, ଜାଣନ୍ତୁ ସେ କେମିତି ରାଜନୀତିରେ କରିଥିଲେ ଏଣ୍ଟ୍ରି

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ରେଖା ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ପ୍ରବେଶ ବର୍ମା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ହେବେ । ଆସନ୍ତାକାଲି ରେଖା ଗୁପ୍ତା ଦିଲ୍ଲୀର ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ।

ଦିଲ୍ଲୀର ମୁଖ୍ୟ ସଚିବଙ୍କ ଦ୍ବାରା ଜାରି କରାଯାଇଥିବା ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ଅପରାହ୍ନ ୧୨ଟାରେ ହେବ । ତେଣୁ ସୁରକ୍ଷା ବ୍ୟବସ୍ଥା କାରଣରୁ ୧୧ଟାର ନିଜ ନିଜ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

rekha gupta

ରେଖା ଗୁପ୍ତା ବିଧାନସଭା ନିର୍ବାଚନରେ ସାଲିମାର ବାଗ ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ପାଖାପାଖି ୩୦ ହଜାର ଭୋଟରେ ପରାସ୍ତ କରିଥିଲେ । ସେ ଦିଲ୍ଲୀ ନଗର ନିଗମରେ ୩ ଥର କାଉନସିଲର ରହିଥିଲେ । ତାଙ୍କର ଆରଏସଏସ ସହ ଭଲ ସମ୍ପର୍କ ମଧ୍ୟ ରହିଛି । ଛାତ୍ର ଜୀବନରୁ ରେଖା ଗୁପ୍ତା ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ବିଜେପି ସହ ଯୋଡି ହୋଇଥିଲେ ।

ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି ରେଖା। ମହିଳା ଚେହେରା ଉପରେ ଭରଷା କଲେ ବିଜେପିର ଶୀର୍ଷ ନେତୃତ୍ୱ। ରେଖାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଥିଲା। ଯେହେତୁ ସେ ବଣିଆ ସମ୍ପ୍ରଦାୟର। ଆଉ ଦିଲ୍ଲୀରେ ତାଙ୍କର ଅଧିକ କାଟତି ରହିଛି। ତେଣୁ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ବାଜିଛି। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ ପର୍ଯ୍ୟବେକ୍ଷକ। ଶାଲିମାର ବାଗ୍ ଆସନରୁ ବିଜୟୀ ହୋଇଥିଲେ ରେଖା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+