କୁନି ପ୍ରବଚକ ଅଭିନବ ଆରୋରାଙ୍କୁ ବିଷ୍ଣୋଇ'ଗ୍ୟାଙ୍ଗରୁ ମିଳିଲା ହତ୍ୟା ଧମକ
Abhinav Arora: ଆତ୍ମଘୋଷିତ 'ଶିଶୁ ସନ୍ୟାସୀ ବାବା' ଅଭିନବ ଆରୋରା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଅଭିନାଭ ଆରୋରାଙ୍କ ପରିବାର ପକ୍ଷରୁ ଦାବି କରାଯାଉଛି ଯେ, ମେସେଜ୍ ମାଧ୍ୟମରେ ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଉଛନ୍ତି । ସୋମବାର ଦିନ ଅଭିନାବଙ୍କ ମା ଜ୍ୟୋତି ଆରୋରା ANI କୁ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, "ସୋସିଆଲ ମିଡିଆ ମାଧ୍ୟମରେ ଆମର ସାମାଜିକ ସ୍ଥିତିକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଉଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅଭିନବଙ୍କୁ ହତ୍ୟା କରିବାର ମିଳୁଛି । ଗତକାଲି ରାତିରେ ଏକ ନଂରେ କଲ୍ ଆସିଥିଲା, ହେଲେ ଆମେ କଲଟି ରିସିଭ୍ କରି ପାରି ନଥିଲୁ ପର ଦିନ ସକାଳେ ଉକ୍ତ ନମ୍ବରରୁ ଏକ ମେସେଜ କରି ହତ୍ୟା ଧମକ ଦିଆଯାଇଛି। ମେସେଜରେ ସେମାନେ ଅଭିନବଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି। ତାଙ୍କର ଆଧ୍ୟାତ୍ମିକ ଯାତ୍ରା ତିନି ବର୍ଷ ବୟସରେ ଆରମ୍ଭ ହୋଇଥିଲା।












Click it and Unblock the Notifications