ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ଲଗ୍ ରେ କିଏ ଏହି ଚେହେରା, ଜାଣନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଙ୍କ ଜନ୍ମ ଦିବସରେ ଲେଖିଥିଲେ ଏକ ଭାବପୂର୍ଣ୍ଣ ବ୍ଲଗ୍। ସେଥିରେ ସେ ତାଙ୍କ ପିଲାଦିନର ବନ୍ଧୁ ଆବ୍ବାସଙ୍କ ସହ ତାଙ୍କର ସ୍ମୃତିକୁ ମନେ ପକାଇ ଲେଖିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଙ୍କ ଜନ୍ମ ଦିବସରେ ଲେଖିଥିଲେ ଏକ ଭାବପୂର୍ଣ୍ଣ ବ୍ଲଗ୍। ସେଥିରେ ସେ ତାଙ୍କ ପିଲାଦିନର ବନ୍ଧୁ ଆବ୍ବାସଙ୍କ ସହ ତାଙ୍କର ସ୍ମୃତିକୁ ମନେ ପକାଇ ଲେଖିଥିଲେ। ପିଲା ବେଳେ ଆବ୍ବାସଙ୍କ ପିତାଙ୍କ ଅକାଳ ବିୟୋଗ ପରେ ସେ ଗୁଜୁରାଟର ମେହସାନା ଜିଲ୍ଲାର ଭଦନଗରରେ ନିଜ ଘରେ ରହୁଥିଲେ । ଆବ୍ବାସଙ୍କ ପିତା ମୋ ବାପାଙ୍କ ଘନିଷ୍ଠ ବନ୍ଧୁ। l ତାଙ୍କର ଅକାଳ ମୃତ୍ୟୁ ପରେ, ପୁଅ ଅବ୍ବାସଙ୍କୁ ଆମ ଘରକୁ ଆଣିଥିଲେ । ସେ ଆମ ସହିତ ରହି ପାଠ ପଢୁଥିଲେ ବୋଲି ମୋଦି ଲେଖିଛନ୍ତି ।

ନିଜ ସନ୍ତାନଙ୍କ ଭଳି ମାଆ ହୀରାବେନ ଅବ୍ବାସଙ୍କ ପ୍ରତି ସେତିକି ସ୍ନେହୀ ଏବଂ ଯତ୍ନବାନ ଥିଲେ । ଯେପରି ସେ ଆମ ସମସ୍ତଙ୍କ ଭାଇଭଉଣୀଙ୍କ ପାଇଁ ରହିଥିଲେ । ପ୍ରତିବର୍ଷ ଇଦ୍ ରେ ସେ ନିଜର ପ୍ରିୟ ଖାଦ୍ୟ ପ୍ରସ୍ତୁତ କରି ପୁରା ପରିବାରକୁ ଖୁଆଉଥିଲେ ବୋଲି ପ୍ରଧାନମନ୍ତ୍ରୀ ଲେଖିଥିଲେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ସହିତ ରହିବା ସମୟରେ ଆବାସ ତାଙ୍କର ମାଟ୍ରିକ୍ ପାଠ ପଢା ସମାପ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପଙ୍କଜ ମୋଦି ଏବଂ ଆବ୍ବାସ ସମାନ ଶ୍ରେଣୀରେ ପଢୁଥିଲେ। ପରବର୍ତ୍ତୀ ସମୟରେ ଉଭୟ ସରକାରୀ ଚାକିରି ମଧ୍ୟ ପାଇଥିଲେ। ପଙ୍କଜ ସୂଚନା ବିଭାଗରେ ଏବଂ ଆବ୍ବସ୍ ନାଗରିକ ଯୋଗାଣ ବିଭାଗରେ ଯୋଗ ଦେଇ ଥିଲେ। ଆବ୍ବାସ ନିଦ ପରିବାର ଭଳି ଘରେ ଚଳୁଥିବା କହିଛନ୍ତି ପିଏମ ମୋଦି ।

ମୋଦିଙ୍କ ବାବଦରେ ତାଙ୍କ ପୁସ୍ତକରେ ଆବାସ ତାଙ୍କ ଜୀବନ ଏବଂ କ୍ୟାରିୟରରେ ପୂର୍ବତନଙ୍କ ପରିବାର ର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରିଛନ୍ତି । ଆବ୍ବାସ ପୂର୍ବରୁ ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। କେବଳ ଏତିକି ନୁହେଁ ପିଲାବେଳର ସମସ୍ତ ପୁରୁଣା ସ୍ମୃତିକୁ ମନେ ପକାଇ ଦୁହେଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାର୍ତ୍ତାଳାପ କରିଥିଲେ। ଗୁଜୁରାଟର ଜଣେ ସାମ୍ବାଦିକ ଟ୍ୱିଟରରେ ଆବ୍ବାସଙ୍କ ଫଟୋ ସେୟାର କରି ଆବ୍ବାସଙ୍କୁୁ ଖୋଜି ବାହାର କରିଥିବା ଦାବି କରିଛନ୍ତି।












Click it and Unblock the Notifications