ଜାଣନ୍ତୁ କେମିତି ମିଳେ ଭାରତର ନାଗରିକତା
Indian Citizenship: ଭାରତରେ ଅନେକ ଦେଶ ଲୋକ, ଭିନ୍ନ ଭିନ୍ନ ସଂମ୍ପ୍ରଦାୟ ଓ ଜାତିର ଲୋକ ବସବାସ କରନ୍ତି । କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ନାଗରିକ ସଂଶୋଧନ ଆଇନ୍ ଲାଗୁ କରାଯାଇଥିଲା । ଫଳରେ ଅନେକ ଦେଶର ସଂଖ୍ୟାଲଘୁ ଭାରତର ନାଗରିକ ହୋଇପାରିଥିଲେ । ବର୍ତ୍ତମାନ ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ଏବ ଭାରତ ସରକାର ସମସ୍ତ ପାକିସ୍ତାନୀଙ୍କୁ ଦେଶ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ତ୍ତମାନ ଏପରି ଅନେକ ଲୋକଙ୍କ ପରିଚୟ ମିଳିଛି ଯେଉଁମାନେ ୭୦ ବର୍ଷରୁ ଅଧିକ ସମୟ ହେଲା ଭାରତରେ ରହିବା ସତ୍ୱେ ସେମାନଙ୍କୁ ନାଗରିକତା ନ ମିଳିବାରୁ ବର୍ତ୍ତମାନ ତାଙ୍କୁ ଭାରତ ଛାଡି ପାକିସ୍ତାନ ଫେରି ଯିବା ପାଇଁ ପଡୁଛି । ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଥିବ କିପରି ଜଣେ ବ୍ୟକ୍ତିଙ୍କୁ ଭାରତର ନାଗରିକତା ମିଳିଥାଏ ।

ତେବେ ଭାରତର ନାଗରିକତା ପାଇବା ପାଇଁ ହେଲେ କିଛି ସର୍ତ୍ତ ରହିଛି । ନାଗରିକତା ନେବା ପାଇଁ ଚାହୁଁଥିବା ବ୍ୟକ୍ତି କାହିଁକି ନିଜ ଦେଶ ଛାଡି ଭାରତର ନାଗରିକତା ନେବା ପାଇଁ ଚାହୁଁଛନ୍ତି ତାହାର କାରଣ କହିବା ପାଇଁ ପଡିଥାଏ । ସାଧାରଣତଃ ଲୋକେ ନିଜ ଦେଶରେ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିବାର କାରଣ ଦର୍ଶାଇ ଆବେଦନ କରନ୍ତି । ନାଗରିକତା ଅଧିନିୟମ ୧୯୫୫ ଅନୁସାରେ ଲୋକଙ୍କୁ ନାଗରିକତା ଦେବାର କାମ କରାଯାଏ ଏହି ଅଧିନିୟମରେ ଅନେକ ଥର ସଂଶୋଧନ କରାଯାଇଛି ।
ସେହିପରି ୨୬ ଜାନୁଆରି ୧୯୫୦ ପରେ ଭାରତରେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଭାରତର ନାଗରିକ ଏବଂ ୧ ଜୁଲାଇ ୧୯୮୭ ପରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ସେତେବେଳେ ଭାରତର ନାଗରିକ ବିବେଚିତ ହେବେ, ଯେତେବେଳେ ତାଙ୍କ ଜନ୍ମ ସମୟରେ ତାଙ୍କ ମାତା କିମ୍ବା ପିତା ଭାରତର ନାଗରିକ ହୋଇଥିବା ଦରକାର ।
ସେହିପରି ଯେଉଁମାନେ ୧୧ ବର୍ଷ ହେବ ଭାରତରେ ରହି ଆସୁଛନ୍ତି ସେମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରି ପାରିବେ । ଜଣେ ବ୍ୟକ୍ତି ଗୃହ ମନ୍ତ୍ରଣାଳୟର ୱେବସାଇଟରେ ଯାଇ ସିଟିଜେନସିପ୍ ପାଇଁ ଆବେଦନ କରିପାରିବେ । Indiancitizenshiponline.nic.in କୁ ଯାଇ ମଧ୍ୟ ଆବେଦନ କରିପାରିବେ ।












Click it and Unblock the Notifications