Get Updates
Get notified of breaking news, exclusive insights, and must-see stories!

କାହାକୁ ମିଳେ ଆୟୁଷ୍ମାନ ଯୋଜନାର ଲାଭ ? ଆୟୁଷ୍ମାନ କାର୍ଡ ଲାଗି କେମିତି କରିବେ ଆବେଦନ ?

Ayushman Card: ଆୟୁଷ୍ମାନ ଭାରତ ଯୋଜନା, ଯାହା ବର୍ତ୍ତମାନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମୁଖ୍ୟମନ୍ତ୍ରୀ ଯୋଜନା (AB PM-JAY) ଭାବରେ ଜଣାଶୁଣା । ଏହି ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଆନ୍ତି ।

ଏଥିପାଇଁ ଆପଣଙ୍କ ପାଖରେ ଆୟୁଷ୍ମାନ ଯୋଜନା କାର୍ଡ ଥିବା ଜରୁରୀ । ତେବେ ଏହି କାର୍ଡ କାହା ପାଖରେ ଅଛି କିମ୍ବା ଆପଣ ଏହା ପାଇଁ ଯୋଗ୍ୟ କି ନାହିଁ, କେମିତି ଜାଣିବେ ? ଆସନ୍ତୁ ଜାଣିବା, କେଉଁମାନେ ପାଆନ୍ତି ଆୟୁଷ୍ମାନ ଯୋଜନାର ଲାଭ ? ଆୟୁଷ୍ମାନ କାର୍ଡ ଲାଗି କେମିତି କରିବେ ଆବେଦନ ?

Ayushman Yojana

ଆୟୁଷ୍ମାନ କାର୍ଡ କ'ଣ ?

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ମୁଖମନ୍ତ୍ରୀ ଯୋଜନା ଅଧୀନରେ ଏକ ସ୍ୱାସ୍ଥ୍ୟ କଭର ବୀମା ପରି । ଏହା ଅଧୀନରେ ଏହି ଯୋଜନା ପାଇଁ ଯୋଗ୍ୟ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ । ଏହି ଯୋଜନା ଅଧୀନରେ ଆୟୁଷ୍ମାନ କାର୍ଡଧାରୀମାନେ ତାଲିକା ଭୁକ୍ତ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପାଆନ୍ତି । ଏହି କାର୍ଡ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କଭର ଯୋଗାଇଥାଏ ।

ଆୟୁଷ୍ମାନ କାର୍ଡ ପାଇଁ କେଉଁମାନେ ଯୋଗ୍ୟ ?

  • ପରିବାରରେ ଯଦି କେହି ଅକ୍ଷମ ସଦସ୍ୟ ଥାନ୍ତି ।
  • ଯଦି ଆପଣଙ୍କ ଘର ଚାଳ-ଛପରର ହୋଇଥାଏ ।
  • ଆପଣ ଯଦି ଦିନ ମଜୁରିଆ ହୋଇଥାନ୍ତି ।
  • ଆପଣ ଯଦି ଜଣେ ଭୂମିହୀନ ବ୍ୟକ୍ତି ହୋଇଥାନ୍ତି ।
  • ଯେକୌଣସି ଅନୁସୂଚିତ ଜାତି କିମ୍ବା ଜନଜାତିର ହୋଇଥାନ୍ତି ।
  • ଜଣେ ଗ୍ରାମାଞ୍ଚଳର ବାସିନ୍ଦା କିମ୍ବା ଆଦିବାସୀ ହୋଇଥାନ୍ତି ।

ଆୟୁଷ୍ମାନ କାର୍ଡ ଲାଗି କେମିତି କରିବେ ଆବେଦନ ?

ଯଦି ଆପଣ ଉପରୋକ୍ତ ସ୍କିମ୍ ପାଇଁ ଯୋଗ୍ୟ ଅଟନ୍ତି ତେବେ ଆପଣ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବାକୁ ପଡିବ । ଏଥିପାଇଁ ଡକ୍ୟୁମେଣ୍ଟ ଭାବରେ ଆବାସିକ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ରାସନ କାର୍ଡ ଆବଶ୍ୟକ ହେବ । ଆପଣଙ୍କୁ ଏକ ମୋବାଇଲ୍ ନମ୍ବର ମଧ୍ୟ ଆବଶ୍ୟକ ହେବ, ଯାହା ସହିତ ଆପଣଙ୍କର କାର୍ଡ ଲିଙ୍କ୍ ହୋଇ ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+