କିଏ କରିଛି ଟ୍ରେନ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର, ଟ୍ରାକରୁ ଜବତ ହେଲା ଲୁହା ପଥର
ପୁଣି ବଡ ଟ୍ରେନ ଦୁର୍ଘଟଣାରୁ ରକ୍ଷା । ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ବାରମ୍ବାର ଷଡ଼ଯନ୍ତ୍ର ରଚୁଛନ୍ତି ଦୁର୍ବୃତ୍ତ। କେତେବେଳେ ଟ୍ରାକ୍ରୁ ଗ୍ୟାସ୍ ସିଲିଣ୍ଡର ମିଳୁଛି ତ ଆଉ କେତେବେଳେ ବଡ଼ ବଡ଼ ପଥର ଓ ଗଦା ଗାଦା ବାଲି। ଏବେ ରେଲଓ୍ୱେ ଟ୍ରାକ୍ରୁ ମିଳିଛି ଲୁହା ଛଡ଼ ଓ ସିମେଣ୍ଟ। ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ।

ମଙ୍ଗଳବାର ଗ୍ୱାଲିଅରର ରେଳ ଟ୍ରାକ୍ ଉପରେ ଏକ ବଡ଼ ଲୁହା ଛଡ଼ ରଖାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଗ୍ୱାଲିଅରର ବିର୍ଲାନଗର ଷ୍ଟେସନ ନିକଟରେ ଥିବା ମାଲବାହି ଟ୍ରେନ୍ ଟ୍ରାକରେ ଲୁହା ରଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ଅଟକାଇ ଦେଇଥିଲେ। ଫଳର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ଟ୍ରେନ୍।
RPF ଏବଂ GRP ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ନିକଟସ୍ଥ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ତେବେ କିଏ ଏଭଳି ଷଡ଼ଯନ୍ତ୍ର ରଚିଥିଲା ସେ ନେଇ ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ସୁରାଗ ପାଇନାହିଁ।
ଅନ୍ୟପଟେ ଉତ୍ତରପ୍ରଦେଶରେ ମଧ୍ୟ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ରଚାଯାଇଥିବା ମାମଲା ସାମ୍ନାକୁ ଆସିଛି। ରାଏବରେଲିରେ ଏକ ମାଲବାହି ଟ୍ରେନ୍ ସିମେଣ୍ଟ ସ୍ଲିପର୍ ସହ ଧକ୍କା ହୋଇଛି। ତେବେ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ।












Click it and Unblock the Notifications