ଡବ୍ଲ୍ୟୁଏଚଓ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ, ଆସିପାରେ କରୋନାର ଆଉ ଲହର
ଭୟ ବଢାଉଛି କରୋନା ଭାଇରାସ ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସବିବି । ଏନେଇ ଚେତାବନୀ ଦେଇଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ।
ଜେନେଭା: ଭୟ ବଢାଉଛି କରୋନା ଭାଇରାସ ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସବିବି । ଏନେଇ ଚେତାବନୀ ଦେଇଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ। ଏହି ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପୁଣି କୋଭିଡ ସଂକ୍ରମଣ ବଢାଇବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଓମିକ୍ରନର ପ୍ରାୟ 3ଶହରୁ ଅଧିକ ସବଭାରିଏଣ୍ଟ ଅଛି।


ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ଓମିକ୍ରନ ବିଏ.5 ସବ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ବ୍ୟାପୁଛି । ଯାହା 76.2 ପ୍ରତିଶତ ସଂକ୍ରମଣ ଲାଗି ଦାୟୀ ବୋଲି କୁହାଯାଇଛି। ଏହି ସମୟରେ ଦେଶରେ କୋରୋନା ସଂକ୍ରମଣ ସବୁଠାରୁ କମ ରହିଥିବା ଜଣାପଡିଛି । ଗତ 24 ଘଣ୍ଟାରେ ଦେଶରେ 2060 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସତ୍ତ୍ବେ ମଧ୍ୟ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଡବ୍ଲୁଏଚଓ ବୈଜ୍ଞାନିକ ଡା. ସୌମ୍ୟା ପରାମର୍ଶ ଦେଇଛନ୍ତି ।












Click it and Unblock the Notifications