ସୀମିତ ସାଥୀଙ୍କ ସହ ଶାରିରୀକ ସମ୍ପର୍କ ରଖନ୍ତୁ: WHO ମୁଖ୍ୟ
ମଙ୍କିପକ୍ସକୁ ନେଇ ବଡ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ଭୂତାଣୁ କବଳରୁ ସୁରକ୍ଷିତ ରହିବାକୁ ହେଲେ ପୁରୁଷମାନଙ୍କୁ ଏକାଧିକ ସାଥୀଙ୍କ ସହ ଶାରିରୀକ ସମ୍ପର୍କ ନ ରଖିବାକୁ ସଚେତନ କରିଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ ।
ନୂଆଦିଲ୍ଲୀ: ଦେଶରେ ଆତଙ୍କ ବଢାଉଛି ମଙ୍କିପକ୍ସ । କୋରୋନା ପରେ ଏବେ ଲୋକଙ୍କୁ ଆହୁରି ଭୟଭୀତ କରାଉଛି ମଙ୍କିପକ୍ସ । ପ୍ରଥମେ କେରଳ ଓ ରାଜଧାନୀ ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶର ନୋଏଡାରେ ପହଞ୍ଚିଛି ଏହି ଭୂତାଣୁ । ଏହାରି ଭିତରେ ମଙ୍କିପକ୍ସକୁ ନେଇ ବଡ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ଭୂତାଣୁ କବଳରୁ ସୁରକ୍ଷିତ ରହିବାକୁ ହେଲେ ପୁରୁଷମାନଙ୍କୁ ଏକାଧିକ ସାଥୀଙ୍କ ସହ ଶାରିରୀକ ସମ୍ପର୍କ ନ ରଖିବାକୁ ସଚେତନ କରିଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ ।

ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବାର ମାତ୍ର 6ରୁ 13 ଦିନ ମଧ୍ୟରେ ସଂକ୍ରମିତ ହୋଇଥାଏ । ଆଉ କିଛି ଜଣଙ୍କୁ ଟିକେ ଡେରିରେ ସଂକ୍ରମିତ ହୋଇଥାଏ ଏହି ଭୂତାଣୁ। ସଂକ୍ରମିତ ହେବା ପରେ ଦୁଇ ରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଆପଣଙ୍କୁ ଜ୍ବର, ପ୍ରବଳ ମୁଣ୍ଡବ୍ୟଥା, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଗଣ୍ଠିରେ ଯନ୍ତ୍ରାଣ ହେବା ଆଦି ଅନୁଭବ ହୋଇଥାଏ । ଏହି ସବୁ ଏହାର ସାଧାରଣ ଲକ୍ଷଣ । ପ୍ରାୟ 13 ଦିନ ଜ୍ବର ହେବା ପରେ ଚର୍ମରେ ଦାଗ ହୋଇଥାଏ ଏବଂ ବରବର୍ତ୍ତୀ ମୂହୂର୍ତ୍ତରେ ଏହି ଦାଗଟି ପାଣି ଭର୍ତ୍ତି ଫୋଟକା ଭଳି ହୋଇ ମୁହଁ, ହାତ, ଗୋଡ, ପାପୁଲି ଏବଂ ଆଖିରେ ବ୍ୟାପିଯାଏ । ଏହାପରେ ସାରା ଶରୀରରେ ମାଡିଯାଏ । ଏହି ରୋଗୀ ସଂସ୍ପର୍ଶରେ ଆସିବା କ୍ଷଣି ଆପଣଙ୍କ ଶରୀରରେ ମଧ୍ୟ ଏହାର ଲକ୍ଷଣମାନ ଦିଶିବା ଆରମ୍ଭ କରେ ।
ଦେଶରେ ବର୍ତ୍ତମାନସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 4 ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 75ଟି ଦେଶରେ ଏହି ରୋଗ ବ୍ୟାପିଲାଣି । ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା 5 ଜଣଙ୍କର ପ୍ରାଣହାନୀ ହୋଇଥିବା ସୂଚନା ରହିଛି ।












Click it and Unblock the Notifications