ଲକ୍ଷପତି ଭିକାରୀ, ପରିଚୟପତ୍ର ଖୋଜୁ ଖୋଜୁ ମିଳିଲା ପୁଳାପୁଳା ଟଙ୍କା, ପୋଲିସ କରୁଛି ତଦନ୍ତ
ଲକ୍ଷପତି ଭିକାରୀ, ପରିଚୟପତ୍ର ଖୋଜୁ ଖୋଜୁ ମିଳିଲା ପୁଳାପୁଳା ଟଙ୍କା, ପୋଲିସ କରୁଛି ତଦନ୍ତ
ଗୋରଖପୁର: ଚଳିତ ମାସ ଶନିବାର ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ବ୍ୟକ୍ତି (ଭିକାରୀ) ଭିକ ମାଗିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ୟୁପି ପୋଲିସ ତାଙ୍କ ପକେଟରୁ ଆଇଡି କାର୍ଡ ଦେଖିବାକୁ ଚାହୁଁଥିଲା, ଯାହା ପରେ ୨୦୦୦ ଟଙ୍କିଆର ଏକ ବଣ୍ଡଲ ପୋଲିସ ହାତରେ ଲାଗିଥିଲା । ଯାହାପରେ ନୋଟ୍ ଗଣାଯାଇଥିଲା ଏବଂ ୩ ଲକ୍ଷ ୬୪ ହଜାର ଟଙ୍କା ବୋଲି ପୋଲିସ ସୂଚନା ଦେଇଥିଲା । ଭିକାରୀଙ୍କ ପକେଟରୁ ଏତେ ପରିମାଣର ଟଙ୍କା ବାହାରିଥିବା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।
ଏହି ବ୍ୟକ୍ତି ଜଣକ ଗୋରଖପୁରର ପିପ୍ରାଇଚ୍ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ସମଦର ଖର୍ଡ ଗାଁର ବାସିନ୍ଦା ୫୦ ବର୍ଷିୟ Sharif Baunk । ବ୍ୟକ୍ତି ଜଣକ କଥା କହି ପାରନ୍ତି ନାହିଁ କି ଶୁଣି ମଧ୍ୟ ପାରନ୍ତି ନାହିଁ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଜଣେ ଛାତ୍ର ଗାଡ଼ି ସହ ସରିଫଙ୍କର ଧକ୍କା ଦେଇଥିଲା ।

SHO ମନୋଜ କୁମାର ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ଜଣେ ଭିକାରୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କ ପାଖରୁ ୩ ଲକ୍ଷ ୬୪ ହଜାର ଟଙ୍କା ଜବତ ହୋଇଛି । ଏହି ଦୁର୍ଘଟଣାରେ ସରିଫଙ୍କ ଗୋଡ ଫାଟିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ବିଆରଡି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କ ଟଙ୍କା ବର୍ତ୍ତମାନ ପୋଲିସ ପାଖରେ ଅଛି ।
ରିପୋର୍ଟ ଅନୁଯାୟୀ, ଗୁଲହରିଆ ପୋଲିସ ଷ୍ଟେସନ ଅଞ୍ଚଳ ସହ ଜଡିତ ଉକ୍ତ ଭିକାରୀ ଠାରୁ ପ୍ରାପ୍ତ ଟଙ୍କା ବର୍ତ୍ତମାନ ଗୁଲହରିଆ ପୋଲିସ ପାଖରେ ଅଛି । ତେବେ ଆହତ ଅବସ୍ଥାରେ ଜଣେ ଭିକାରୀ ରାସ୍ତାରେ ପଡ଼ିଥିବାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଆହତ ସରିଫଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଛାତ୍ରଙ୍କୁ ଗିରଫ କରାଯାଇଛି ।
ସରିଫ ତାଙ୍କ ପୁତୁରା ଇନାୟତ ଅଲିଙ୍କ ସହ ରୁହନ୍ତି । ଭରତ ସହରର ଟ୍ୟାକ୍ସି ଷ୍ଟାଣ୍ଡରେ ସରିଫ ପ୍ରତିଦିନ ଭିକ ମାଗି ରୋଜଗାର କରନ୍ତି । ସେ ପ୍ରାୟ ୨୦ ବର୍ଷ ଧରି ଭିକ ମାଗୁଛନ୍ତି । ଏହି ମାମଲାରେ ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ।












Click it and Unblock the Notifications