ଅଭିନେତା ୟସଙ୍କ ପୋଷ୍ଟର ଲଗାଇବା ବେଳେ ଏହି କାରଣରୁ ହେଲା ୩ ଜଣଙ୍କ ମୃତ୍ୟୁ
Actor Yash Birthday And Accident: ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କନ୍ନଡ ଅଭିନେତା ୟଶଙ୍କ 38 ତମ ଜନ୍ମଦିନ ଅବସରରେ ତିନିଜଣ ବ୍ୟକ୍ତି ତାଙ୍କ ବ୍ୟାନରକୁ ଏକ ଇଲେକ୍ଟ୍ରି ପୋଲ ଉପରେ ଲଗାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।
ଅଭିନେତା ୟଶଙ୍କ ସୋମବାର ଅର୍ଥାତ୍ ଆଜି ନିଜର 38 ତମ ଜନ୍ମଦିନ ପାଳନ କରୁଛନ୍ତି। ଯଶ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା । ସେ 2007 ରେ 'ଜମ୍ବଦା ହୁଡୁଗି' ଜରିଆରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ 'ରକି' (2008), 'ଗୁଗଲି' (2013) ଏବଂ 'ମିଷ୍ଟର ଆଣ୍ତ ରାମାଚାରୀ' (2014) ରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

ବ୍ଲକବଷ୍ଟର କେଜିଏଫ୍ ସିରିଜରେ ରକି ଭାଇଙ୍କ ଚରିତ୍ର ତାଙ୍କୁ ଦେଶ ତଥା ବିଦେଶରେ ବେଶ୍ ଲୋକପ୍ରିୟତା ଦେଇଥିଲା । 'K.G.F:ପାର୍ଟ 1' ସେହି ସମୟର ସର୍ବାଧିକ ଆୟ କରିଥିବା କନ୍ନଡ ଚଳଚ୍ଚିତ୍ର ହୋଇ ଇତିହାସ ରଚିଥିଲା ଏବଂ ଏହାର ସିକ୍ୱେଲ୍ KGF ପାର୍ଟ 2 ମଧ୍ ଡବଲ ଲୋକପ୍ରିୟତା ହାସଲ କରିଥିଲା ।
'କେଜିଏଫ୍- ୨' ମଧ୍ୟ ବକ୍ସ ଅଫିସରେ ବେଶ୍ ଭଲ ବ୍ୟବସାୟ କରିବାରେ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ରରେ ୟଶ, ସଞ୍ଜୟ ଦତ୍ତ, ରେଭିନା ଟଣ୍ଡନ୍, ଏବଂ ପ୍ରକାଶ ରାଜଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ସମସ୍ତଙ୍କ ଅଭିନୟ ବେଶ୍ ପ୍ରଶଂସା ସାଉଁଟିଥିଲା କିନ୍ତୁ ୟଶ ହିଁ ଲାଇମଲାଇଟରେ ରହିଥିଲେ ।
ୟଶଙ୍କ ଆଗାମୀ ଚଳଚ୍ଚିତ୍ର ମଧ୍ୟରେ 'Toxic' ଅଧିକ ଚର୍ଚ୍ଚା ରହିଛି । ଏହି ଚଳଚ୍ଚିତ୍ର 10 ଏପ୍ରିଲ 2025 ରେ ମୁକ୍ତିଲାଭ କରିବ। କେଭିଏନ୍ ପ୍ରଡକ୍ସନ୍ ହାଉସର ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଗୀତା ମୋହନଦାସ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ୟଶ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ସାଇ ପଲ୍ଲଭିଙ୍କୁ ମଧ୍ୟ ତାଙ୍କ ସହ ଦେଖିବା ପାଇଁ ମିଳିବ ।












Click it and Unblock the Notifications