କେଉଁ ଧର୍ମକୁ ମାନନ୍ତି ସଚିନଙ୍କ ଝିଅ ସାରା ତେନ୍ଦୁଲକର
Sara Tendulkar: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ ରୁହନ୍ତି । ତାଙ୍କ ଫଟୋ, ଭିଡିଓକୁ ଦେଖିବା ପାଇଁ ବେଶ୍ ପସନ୍ଦ କରନ୍ତି ଫ୍ୟାନ୍ସ । ଏପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ କରିନାହାଁନ୍ତି ସତ ହେଲେ ସେ କୌଣସି ଷ୍ଟାରଙ୍କଠୁ କମ୍ ନୁହଁନ୍ତି । ନିଜ ଚୁଲବୁଲି ଅନ୍ଦାଜ୍ ପାଇଁ ଲାଇମଲାଇଟରେ ରହିଥାନ୍ତି ସାରା ।
ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ନିଜ ବ୍ୟକ୍ତିଗତ ଜୀବନର ଅପଡେଟ୍ ସେୟାର କରିଥାନ୍ତି । ସାରା ତେନ୍ଦୁଲକରଙ୍କ ପ୍ରଶଂସକମାନେ ପ୍ରାୟତଃ ଇଣ୍ଟରନେଟରେ ତାଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି । ନିକଟରେ କିଛି ଲୋକ ଗୁଗୁଲରେ ସର୍ଚ୍ଚ କରିଥିଲେ ଯେ, ସାରା ତେନ୍ଦୁଲକର କେଉଁ ଧର୍ମକୁ ମାନନ୍ତି ବା ବିଶ୍ୱାସ କରନ୍ତି । ସାରାଙ୍କ ନାମ ମୁସଲିମ ସମ୍ପ୍ରଦାୟ ଉପରେ ଆଧାରିତ ହୋଇଥିବାରୁ ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସେ କେଉଁ ଧର୍ମକୁ ମାନନ୍ତି । କିଛି ଲୋକେ ସାରାଙ୍କ ନାମକୁ ତାଙ୍କ ଧର୍ମ ସହିତ ଯୋଡିବାକୁ ଚେଷ୍ଟା କରୁଛନ୍ତି।

ଆପଣଙ୍କୁ କହି ରଖୁଛୁ ଯେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ହିନ୍ଦୁ ଧର୍ମରେ ବିଶ୍ୱାସ ରଖନ୍ତି ଏବଂ ମାନନ୍ତି ମଧ୍ୟ । ସେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଛନ୍ତି । ସାରା ନିଜେ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ବାପା ସଚିନ ତେନ୍ଦୁଲକର ଜଣେ ଖୋଲା ମନର ବ୍ୟକ୍ତି। ସେ ତାଙ୍କ ଦୁଇ ପିଲାଙ୍କ ଉପରେ କୌଣସି ନିୟମ ଲଦି ଦିଅନ୍ତି ନାହିଁ। ଯଦିଓ ତାଙ୍କ ମାଆ ଟିକେ କଠୋର।
ସାରା ତେନ୍ଦୁଲକର ଏପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ କରିନାହାଁନ୍ତି କିନ୍ତୁ ସେ ଗ୍ଲାମର ଜଗତର ସେ ପ୍ରାୟତଃ ଲାଇମ ଲାଇଟରେ ରହିଥାନ୍ତି । ସାରାଙ୍କୁ ଏପର୍ଯ୍ୟନ୍ତ ଅନେକ ବିଜ୍ଞାପନରେ ଦେଖିବାକୁ ମିଳିଛି। ସେ ମଡେଲିଂ ମଧ୍ୟ କରନ୍ତି। ଏହା ବ୍ୟତୀତ ସାରା ତେନ୍ଦୁଲକର ସୋସିଆଲ ମିଡିଆରୁ ମଧ୍ୟ ଭଲ ରୋଜଗାର କରନ୍ତି। ସେହପିର ସଚିନଙ୍କ ଲାଡଲି ଦେଶ ବିଦେଶ ବୁଲିବା ପାଇଁ ମଧ୍ୟ ପସନ୍ଦ କରନ୍ତି । ସେ ସଚିନ ତେନ୍ଦୁଲକର ଫାଉଣ୍ଡେସନର ନିର୍ଦ୍ଦେଶକ ଅଛନ୍ତି ।












Click it and Unblock the Notifications