ଆରଜେଡି-କଂଗ୍ରେସ ଉପରେ ବର୍ଷିଲେ ମୋଦୀ,କହିଲେ 'ଯେଉଁଠି ନିଷ୍ଠୁରତା ରାଜ କରେ, ସେଠି ଆଇନ ବିଫଳ ହୁଏ'
ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ, ଦୁର୍ନୀତି ଏହି ପାଞ୍ଚଟି ଶଦ୍ଦର ପ୍ରୟୋଗ କରି ଆରଜେଡି-କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିହାରରେ ନିର୍ବାଚନ ପ୍ରଚାର ସମୟରେ ଆରଜେଡି ଏବଂ କଂଗ୍ରେସ ସରକାର ସମୟରେ ହୋଇଥିବା ପାଞ୍ଚଟି କାମର ତାଲିକା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୁଜାଫରପୁରରେ ନିର୍ବାଚନ ସଭାରେ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ଆରଜେଡି, କଂଗ୍ରେସ ଏବଂ ଜଙ୍ଗଲରାଜ କଣ କରିଛନ୍ତି । ମୁଁ ପାଞ୍ଚଟି ଶଦ୍ଦରେ ସେମାନଙ୍କର କାରନାମା ସଂକ୍ଷେପ କରିବାକୁ ଚାହୁଁଛି । ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ ଏବଂ ଦୁର୍ନୀତି ହେଉଛି ଜଙ୍ଗଲ ରାଜର ପରିଚୟ । ଏଗୁଡିକ ହେଉଛି ଆରଜେଡିର ପରିଚୟ । ଏଗୁଡିକ ସେମାନଙ୍କ ସହଯୋଗୀଙ୍କ ପରିଚୟ ପାଲଟିଛି ।

ମୋଦୀ କହିଛନ୍ତି ଯେ ଯେଉଁଠି ନିଷ୍ଠୁରତା ରାଜ କରେ, ସେଠି ଆଇନ ବିଫଳ ହୁଏ । ଆରଜେଡି-କଂଗ୍ରେସ ମେଣ୍ଟ ଭୁଲ ଶାସନ କରନ୍ତି, ସେଠାରେ ବିକାଶା କୌଣସି ଚିହ୍ନ ରହେନାହିଁ । ଗରିବମାନେ ସେମାନଙ୍କର ଅଧିକାର ହରଣ କରନ୍ତି, ଏବଂ କେବଳ କିଛି ପରିବାର ସମୃଦ୍ଧ ହୁଅନ୍ତି । ଏପରି ଲୋକମାନେ କେବେ ବିହାରର କୌଣସି ମଙ୍ଗଳ କରିପାରିବେ କି ବୋଲି ଲୋକଙ୍କୁ ପଚରିଥିଲେ । ବିହାରକୁ ଆଗକୁ ବଢାଇବା ପାଇଁ, ଉଦ୍ୟୋଗ ଏବଂ ଶିଳ୍ପ ଆବଶ୍ୟକ । ଏଥିପାଇଁ ଜମି, ବିଦ୍ୟୁତ, ସଂଯୋଗୀକରଣ ଏବଂ ଆଇନର ଶାସନ ଆବଶ୍ୟକ ।
ମୋଦୀ କହିଥିଲେ ଯେ ଯେଉଁମାନଙ୍କର ଜମି ହଡପ ଇତିହାସ ଅଛି, ସେମାନେ କଣ ଶିଳ୍ପ ପାଇଁ ଜମି ଯୋଗାଇ ପାରିବେ । ଯେଉଁମାନେ ବିହାରକୁ ଅନ୍ଧାରରେ ରଖିବାର ଇତିହାସ ରଖିଛନ୍ତି, ସେମାନେ କଣ ବିଦ୍ୟୁତ ଯୋଗାଇ ପାରିବେ । ଯେଉଁମାନେ ରେଳପଥକୁ ଲୁଟ କରିଥିଲେ, ସେମାନେ କଣ ବିହାରରେ ସଂଯୋଗୀକରଣକୁ ଉନ୍ନତ କରିପାରିବେ । ଯେଉଁମାନେ ଦୁର୍ନୀତିର ରେକର୍ଡ ଭାଙ୍ଗିଛନ୍ତି, ସେମାନେ କଣ ବିହାରରେ ଆଇନର ଶାସନ ଆଣିପାରିବେ ।
-
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ












Click it and Unblock the Notifications