ମୋଦିଙ୍କ ସମର୍ଥନ, କଂଗ୍ରେସକୁ କଟାକ୍ଷ କରି ଏଭଳି କହିଲେ ଫାରୁକ୍
କଂଗ୍ରେସ ସୋମବାର ରାତିରେ ଏକ୍ସରେ ଏକ ପୋଷ୍ଟ୍ କରି ପ୍ରଧାନମନ୍ତ୍ରୀଙ୍କର ଏକ ମୁଣ୍ଡ ନଥିବା ଚିତ୍ର ଦେଇଥିଲା। ଫଟୋରେ ଏକ ହଳଦୀ ରଙ୍ଗର କୁର୍ତା, ଧଳା ପାଇଜାମା ଏବଂ କଳା ଜୋତା ଥିବା ଏକ ପୁରୁଣା ଫଟୋ କଂଗ୍ରେସ ପୋଷ୍ଟ୍ କରିଥିଲା। କିନ୍ତୁ ଏଥିରେ ମୋଦୀଙ୍କ ମୁଣ୍ଡ କଂଗ୍ରେସ ରଖିନଥିଲା। ମୁଣ୍ଡ ସ୍ଥାନରେ 'ଗାୟବ' ଲେଖାଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋଦୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ଉଠାଇ କଂଗ୍ରେସ ଏହି ପୋଷ୍ଟ୍ କରିଥିଲା।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "ଗାୟବ" ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗକୁ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଏବଂ ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଖାରଜ କରିଛନ୍ତି। "ସେ କେଉଁଠି ହଜିଯାଇଛନ୍ତି? ମୁଁ ଜାଣିଛି ସେ ଦିଲ୍ଲୀରେ ଅଛନ୍ତି," ଅବଦୁଲ୍ଲା କହିଛନ୍ତି। କଂଗ୍ରେସକୁ କଡା ଟାର୍ଗେଟ କରି ଫାରୁକ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଆମର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛୁ, ଏହା ପରେ ଆମକୁ ପଚରାଯିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀ ଯାହା କାମ କରିବାକୁ ଚାହାଁନ୍ତି ତାହା କରିବା ଉଚିତ।












Click it and Unblock the Notifications