ପାକିସ୍ତାନ ଉପରେ ବଡ଼ ମନ୍ତବ୍ୟ ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଯେତବେଳେ ଅପରେସନ ସିନ୍ଦୂରର ......

ଜମ୍ମୁ କାଶ୍ମୀରରେ ଉଦ୍‌ଘାଟିତ ହୋଇଛି ଚେନାବ୍ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରଙ୍ଗା ପତାକା ଉଡ଼ାଇ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅତ୍ୟାଧୁନିକ ସେତୁ ପାଇଁ ଖର୍ଚ୍ଚ ହୋଇଛି ୧୫ ଶହ କୋଟି ଟଙ୍କା । ଚେନାବ୍ ହେଉଛି ବିଶ୍ବର ସର୍ବୋଚ୍ଚ ସେତୁ । ଏହାର ଉଚ୍ଚତା ୩୫୯ ମିଟର ଏବଂ ଦୈର୍ଘ୍ୟ ୧୩ ଶହ ୧୫ ମିଟର। ଏହି ସେତୁ ଦ୍ବାରା ଜାମ୍ମୁ ଓ ଶ୍ରୀନଗର ମଧ୍ୟରେ ଯୋଗାଯୋଗ ଦୃଢ଼ ହେବ । ଜାମ୍ମୁ ଓ କାଶ୍ମୀରର ଚେନାବ ରେଳ ସେତୁ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ଭାରତର ଇଚ୍ଛାଶକ୍ତିର ଏକ ବିରାଟ ଉତ୍ସବ।

Modi

" ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦ ବିଷୟରେ ଉଲ୍ଲେଖ କରି ସେ ଆହୁରି କହିଛନ୍ତି, "ଆଜି କାଶ୍ମୀର ଉପତ୍ୟକା ଭାରତର ବିଶାଳ ରେଳ ନେଟୱାର୍କ ସହିତ ଯୋଡ଼ି ହୋଇଛି। ଏହା କେବଳ ସଂଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଜାତୀୟ ଏକତା ଏବଂ ଆଞ୍ଚଳିକ ଅନ୍ତର୍ଭୁକ୍ତିର ପ୍ରତୀକ ମଧ୍ୟ।" ସେ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ତାହାର ଜବାବରେ ଭାରତର ଅପରେସନ ସିନ୍ଦୂର ସଂପର୍କରେ କହିଥିଲେ । ସେ କହିଥିଲେ ଯେ ଯେତେବେଳେ ବି ପାକିସ୍ତାନ ଅପରେସନ ସିନ୍ଦୂରର ନାଁ ଶୁଣିବ, ଭାରତର ଶକ୍ତି କଥା ତାହାର ମନେ ପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+