ଯୋଗ ଆମ ଜୀବନ ସହିତ ସଂଯୁକ୍ତ:ପିଏମ ମୋଦି
International Yoga Day 2024: ଆଜି ଦେଶବ୍ୟାପୀ ପାଳିତ ହେଉଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ୍ ରହିଛି 'ସ୍ୱୟଂ ଓ ସମାଜ ପାଇଁ ଯୋଗ' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖାସ ଦିନକୁ ପାଳନ କରିବା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି । ଶୈର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ହୋଇଯାଇଛି ଯୋଗ କାର୍ଯ୍ୟକ୍ରମ ।
Post Yoga selfies in Srinagar! Unparalled vibrancy here, at the Dal Lake. pic.twitter.com/G9yxoLUkpX
— Narendra Modi (@narendramodi) June 21, 2024
ଏହି ଅବସରେ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ସମୁଦାୟ, ଆତ୍ମ ଏବଂ ସମାଜ ପାଇଁ ଯୋଗର ମହତ୍ତ୍ୱ କ'ଣ ବୁଝାଇଛନ୍ତି । ଯୋଗକୁ ଜୀବନର ଏକ ପ୍ରାକୃତିକ ଅଂଶ । ଯେପରି ଟୁଥ୍ ବ୍ରଶ୍ କରିବା ଏବଂ କେଶ ସଜାଇବା ଜୀବନର ଏକ ଅଂଶ ପାଲିଟିଯାଇଛି ସେହିପରି ଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଯୋଗ ସହଜରେ ଜୀବନ ସହିତ ସଂଯୁକ୍ତ ହୁଏ, ଏହା ପ୍ରତ୍ୟେକ କ୍ଷେତ୍ରରେ ଲାଭ ଦିଏ ।
#WATCH | Prime Minister Narendra Modi greets participants of the Yoga session at Sher-i-Kashmir International Conference Centre (SKICC) in Srinagar in J&K; also clicks a selfie with them.
He led the Yoga session here this morning. pic.twitter.com/QKDge0fzih
— ANI (@ANI) June 21, 2024
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେତେବେଳେ ଆମେ ଧ୍ୟାନ ବିଷୟରେ ଆଲୋଚନା କରୁ ଅଧିକାଂଶ ଲୋକ ଭାବନ୍ତି ଏହା ଏକ ଧାର୍ମିକ ଯାତ୍ରା। ଆଲ୍ଲାଙ୍କୁ ପ୍ରାପ୍ତ କରିବାକୁ କିମ୍ବା ଭଗବାନଙ୍କୁ ପ୍ରାପ୍ତ କରିବାକୁ କୌଣସି ମାଧ୍ୟମ । ଯେଉଁଥିପାଇଁ ଅନେକ ଲୋକ ଏହା ନଅନୁଭବ କରନ୍ତି ଯେ ଏହା ମୋ ଦ୍ୱାରା ହୋଇପାରିବ ନାହିଁ, କାରଣ ମୁଁ ଜଣେ ସାଧାରଣ ଲୋକ । ହେଲେ ଯୋଗ ଆମ ଜୀବନ ସହିତ ଜଡିତ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସୂଚନା ଓ ସଞ୍ଚାର ଯୁଗରେ ଧ୍ୟାନ କେନ୍ଦ୍ରିତ କରିବା ବହୁତ କଠିନ । ହେଲେ ଯୋଗ ବିଶ୍ୱର ଚିନ୍ତାଧାରାକୁ ବଦଳାଇ ଦେଇଛି । ଯୋଗ ଶିଖିବା ପାଇଁ ବିଦେଶୀ ପର୍ଯ୍ୟଟକ ଭାରତ ଆସୁଛନ୍ତି, ବର୍ତ୍ତମାନ ଯୋଗ ଅର୍ଥନୀତି ସୃଷ୍ଟି କରିଛି । ଯୋଗ ଶିକ୍ଷା ପାଇଁ ବ୍ୟକ୍ତିଗତ ଯୋଗ ଶିକ୍ଷକ ନିଯୁକ୍ତି ହେଉଛନ୍ତି । ଏହା ଯୁବକଙ୍କ ପାଇଁ ନୂଆ ଆୟର ଉତ୍ସ ପାଲଟିଛି ।
PM Shri @narendramodi takes part in 10th International Day of Yoga celebrations in Srinagar. #InternationalYogaDay https://t.co/pFrtUBSmj2
— BJP (@BJP4India) June 21, 2024
ସୂଚନାଥାଉ ଯେ, ଯୋଗ ଦିବସର ୨୦୧୫ ମସିହାରୁ ଆରମ୍ଭ ହୋଇଛି । ୨୭ ସେପ୍ଟେମ୍ବର ୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ସମ୍ମୁଖରେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ୧୭୭ ଦେଶର ସମର୍ଥନ ମଧ୍ୟ ମିଳିଥିଲା । ଯାହା ପରେ ସମାନ ବର୍ଷ ଡିସେମ୍ବର ୧୧ ତାରିଖରେ ୟୁଏନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଥିଲା । ଏହା ପରଠୁ ଜୁନ୍ ୨୧ରେ ପ୍ରତିବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।












Click it and Unblock the Notifications