PM-KISAN Scheme: କେବେ ମିଳିବ 'ପିଏମ କିଷାନ ସମ୍ମାନ ନିଧି'ର ୧୯ତମ କିସ୍ତି ଟଙ୍କା
PM-KISAN Samman Nidhi Yojana: ଚାଷୀଙ୍କ ପାଇଁ କୃଷି ଖବର । ଖୁବ୍ ଶୀଘ୍ର ମିଳିବ 'ପିଏମ କିଷାନ ସମ୍ମାନ ନିଧି' ଯୋଜନା (PM-KISAN)ର ୧୯ତମ କିସ୍ତି ଟଙ୍କା ।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବର୍ତ୍ତମାନ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ସୂତ୍ର ଅନୁସାରେ, ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପିଏମ କିଷାନ ଯୋଜନାର ୧୯ ତମ କିସ୍ତି ଆସିପାରେ । ଏହି ଯୋଜନା ଅଧୀନରେ, ଚାଷୀମାନଙ୍କୁ ପ୍ରତିବର୍ଷ ୬ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯାହାକୁ ତିନୋଟି କିସ୍ତିରେ ବିଭକ୍ତ କରାଯାଏ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ଚାଷୀମାନଙ୍କୁ ପ୍ରତିବର୍ଷ ୬ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଏ। ପ୍ରତି ଚାରି ମାସରେ ୨ ହଜାରର ତିନୋଟି କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ। ଏପର୍ଯ୍ୟନ୍ତ ୧୮ତମ କିସ୍ତି ଅକ୍ଟୋବର ୫ରେ ଦିଆଯାଇଥିଲା । ଏବେ, ଫେବ୍ରୁଆରୀରେ ୧୯ତମ କିସ୍ତି ଜାରି ହେବାର ସମ୍ଭାବନା ଅଛି । ତେବେ ଯେଉଁ ଚାଷୀ ମାନେ ନିଜେ ଚାଷ ଜମିର ମାଲିକ ସେହିମାନେ କେବଳ ଏହି ଯୋଜନା ଲାଭ ଉଠାଇ ପାରିବେ । ଗରିବ ଏବଂ କ୍ଷୁଦ୍ର ଚାଷୀ ଯେଉଁମାନଙ୍କର ବାର୍ଷିକ ଆୟ ୨ ଲକ୍ଷରୁ କମ୍, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ। ଆୟକର ଦେଉଥିବା ଚାଷୀମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ପାରିବାରିକ ଆୟ ଉପରେ ନିର୍ଭରଶୀଳତା - କେବଳ ସେହି ଚାଷୀ ପରିବାର ଯେଉଁମାନେ ନିଜର ଆୟ ପାଇଁ କୃଷି ଉପରେ ନିର୍ଭରଶୀଳ, ସେମାନେ ଏହି ଯୋଜନାର ଲାଭ ପାଇପାରିବେ।
ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ କିପରି ପଞ୍ଜୀକରଣ କରିବେ? ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ଏବଂ ଏପର୍ଯ୍ୟନ୍ତ ପଞ୍ଜିକରଣ କରିନାହାଁନ୍ତି, ତେବେ ନିକଟସ୍ଥ କିଷାନ ସେବା କେନ୍ଦ୍ରକୁ ଯାଇ ପଞ୍ଜିକରଣ କରି ପାରିବେ । କୃଷି ବିଭାଗର ସରକାରୀ ୱେବସାଇଟ୍ pmkisan.gov.in କୁ ଯାଇ ଅନଲାଇନରେ ଆବେଦନ ମଧ୍ୟ କରିପାରିବେ ।
ଏହି ଯୋଜନା ଅଧୀନରେ, ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୬ ହଜାର ଟଙ୍କା ଟ୍ରାନ୍ସଫର କରାଯାଏ। ଚାଷୀମାନେ ସମୟ ସମୟରେ ଆର୍ଥିକ ସହାୟତା ପାଇଥାନ୍ତି । ସେଥିପାଇଁ ଏହି ରାଶି ତିନୋଟି କିସ୍ତିରେ ଦିଆଯାଏ। ଯେଉଁ ଚାଷୀମାନଙ୍କର ପଞ୍ଜୀକରଣ ସଠିକ୍ ଭାବରେ ହୋଇଛି ଏବଂ ଯାହାଙ୍କର ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଛି, କେବଳ ସେହି ଚାଷୀମାନେ ଏହି ଯୋଜନାର ଲାଭ ପାଇବେ।












Click it and Unblock the Notifications