ଦୀର୍ଘ ୯ ମାସ ପରେ ଏଦି ଦିନ ମହାକାଶରୁ ଫେରିବେ ସୁନିତା
Sunita Williams Return Date: ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନିଶ୍ଚିତ କରିଛି NASA । ୯ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପୃଥିବୀକୁ ଫେରିବାର ତାରିଖ ଏବେ ପ୍ରକାଶ ପାଇଛି। NASA ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୧୮ ତାରିଖ ଦିନ ଭୋର ୩ଟା ୩୦ ସମୟରେ ପହଞ୍ଚିବେ ସୁନିତା ।
ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମାତ୍ର ୮ ଦିନ କାଟିବାର ଥିବା ହେଲେ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ, ଉଭୟ ଦୀର୍ଘ ୯ ମାସ ଧରି ସେଠାରେ ଫସି ରହିଛନ୍ତି। ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଜୁନ୍ 2024 ରେ ଷ୍ଟାରଲାଇନର୍ ସ୍ପେସକ୍ରାଫ୍ଟ ମାଧ୍ୟମରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲେ।

ଏବେ ସ୍ପେସଏକ୍ସର ମହାକାଶଯାନ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନେବା ପାଇଁ ଏକ ନୂତନ କ୍ରୁ ସହିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଛି, ଯାହା ସେମାନଙ୍କୁ ମାର୍ଚ୍ଚ ୧୮ରେ ଫେରାଇ ଆଣିବ ।












Click it and Unblock the Notifications