Union Budget 2024: ଏହି ତାରଖରେ ଆସିବ ସମ୍ପୁର୍ଣ୍ଣ ବଜେଟ୍

Union Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୨ ଜୁଲାଇ ୨୦୨୪ରେ ସଂସଦରେ ଉପସ୍ଥାପନ କରିବେ । ଏହା ବ୍ୟତୀତ ଜୁଲାଇ ୩ ତାରିଖରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ସରକାରୀ ସୂତ୍ରରୁ ଉଦ୍ଧୃତ ଏକ ନ୍ୟୁଜ୍ ପୋର୍ଟାଲ ଏନେଇ ସୂଚନା ଜାରି କରିଛି ।

ସରକାରୀ ସୂତ୍ରକୁ ଦର୍ଶାଇ ନ୍ୟୁଜ୍ 18 ଏନେଇ ସୂଚନା ଦେଇଛି । ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୪ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଅଣାଯାଇଥିଲା ଏବଂ ବର୍ତ୍ତମାନ ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ଏକ ନୂତନ ସରକାର ଗଠନ ହୋଇଛି ଯାହା ସମ୍ପୂର୍ଣ୍ଣ ବଜେଟ୍ ଘୋଷଣା କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି ଏବଂ ଜୁଲାଇରେ ସମ୍ପୂର୍ଣ୍ଣ ବଜେଟ୍ ଆସିବା ନେଇ ଚର୍ଚ୍ଚା ହେଉଛି ।

Union Budget

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି ଏବଂ ସେ ଆର୍ଥିକ ଯୋଜନା ଏବଂ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଗତକାଲି ଖବର ରହିଥିଲା ​​ଯେ, ଜିଏସ୍ଟି ପରିଷଦର ୫୩ ତମ ବୈଠକ ଜୁନ୍ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।

ଏହା ବ୍ୟତୀତ ଗତକାଲି ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ) ରେ ଯୋଗଦାନ କରୁଥିବା କେନ୍ଦ୍ରୀୟ କର୍ମଚାରୀମାନେ ପ୍ରଥମ ତିନି ମାସରେ ୭.୧ ପ୍ରତିଶତ ସୁଧ ପାଇବେ। ଏହା ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷରେ ଏପ୍ରିଲ ୧ ରୁ ଜୁନ୍ ୩୦ ମଧ୍ୟରେ ପାଣ୍ଠି ଉପରେ ୭.୧ ପ୍ରତିଶତ ସୁଧ ମିଳିବ ।

୧୮ ତମ ଲୋକସଭାର ପ୍ରଥମ ସଂସଦ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଜାରି ରହିବ । ସଂସଦ ଅଧିବେଶନର ପ୍ରଥମ ତିନି ଦିନରେ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଗୃହର ବାଚସ୍ପତି ମଧ୍ୟ ନିର୍ବାଚିତ ହେବେ। କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ଯେ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଜୁଲାଇ ୩ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, କିନ୍ତୁ ରାଜ୍ୟସଭାର ପ୍ରଥମ ଅଧିବେଶନ ଜୁନ୍ ୨୭ରୁ ଜୁଲାଇ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ସଂସଦର ପ୍ରଥମ ଅଧିବେଶନରେ ସାଧାରଣ ବଜେଟ୍ ଉପସ୍ଥାପିତ ହୋଇନପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+