ସିନ୍ଦୂର ଯେତେବେଳେ ବାରୁଦ ହୁଏ, ପରିଣାମ କଣ ହୁଏ ବିଶ୍ବ ଦେଖିଲା, ପାକିସ୍ତାନଙ୍କୁ ଟାର୍ଗେଟ କଲେ ମୋଦି
ରାଜସ୍ଥାନ ବିକାନେରରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା । ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ନିଶାନା କଲେ ମୋଦି । କହିଲେ ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍ରେ ଦେଲୁ । ସିନ୍ଦୂର ଯେତେବେଳେ ବାରୁଦ ହୁଏ, ପରିଣାମ କଣ ହୁଏ ବିଶ୍ବ ଦେଖିଲା ।

୯ଟି ଆତଙ୍କୀ ଆଡ୍ଡାକୁ ଆମେ ସେନା ମାଟିରେ ମିଶାଇ ଦେଲା । ଯେଉଁମାନେ ସିନ୍ଦୂର ଲିଭାଇବାକୁ ଆସିଥିଲେ, ସେମାନେ ମାଟିରେ ମିଶିଲେ । ୩ ସେନାର ଚକ୍ରବ୍ୟୂହରେ ଫସିଲେ, ବାହାରି ପାରିଲେନି ।
ଯେଉଁ ଅସ୍ତ୍ରକୁ ନେଇ ପାକିସ୍ତାନ ଗର୍ବ କରୁଥିଲା, ତାହା କାମ ଦେଲାନି । ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି । ଅପରେସନ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି ।
ଆତଙ୍କୀ ହମ୍ଲା ହେଲେ କଡ଼ା ଜବାବ ଦିଆଯିବ। ସେନାବାହିନୀ କଣ କରାଯିବ ତାହାର ନିଷ୍ପତ୍ତି ନେବ । ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ। ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ । ଆଗକୁ ଆତଙ୍କୀ କାର୍ଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ିବ ।












Click it and Unblock the Notifications