ସମୟ ଆସିଲେ ଆମେବି ଦେଖାଇଦେବୁ, ଏମିତି କିଛି କହି ଶପଥ ନେଲେ ଇସ୍ରାଏଲ ମନ୍ତ୍ରୀ

ବିଶ୍ଵ ଯୁଦ୍ଧ ଆଡ଼କୁ ବିଶ୍ଵ । ଇସ୍ରାଏଲର ମନ୍ତ୍ରୀ ବେନି ଗାଣ୍ଟଜ ରବିବାର ଶପଥ ନେଇଛନ୍ତି ଯେ ସମୟ ଆସିଲେ ଇରାନ କରିଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ଦେବ।

Israel Hamas war

ଇରାନ ଆକ୍ରମଣ ଉପରେ ଦେଶର ପ୍ରତିକ୍ରିୟା ବିଷୟରେ ଆଲୋଚନା କରିବା ପାଇଁ ଇସ୍ରାଏଲ ଯୁଦ୍ଧ କ୍ୟାବିନେଟ ଡକାଯିବା ପୂର୍ବରୁ ଆମେ ଏକ ଆଞ୍ଚଳିକ ମିଳିତ ମଞ୍ଚ ଗଠନ କରିବୁ ଏବଂ ସମୟ ଅନୁସାରେ ଇରାନକୁ ଏହାର ଜବାବ ଦିଆଯିବ ବୋଲି ଗାଣ୍ଟ କହିଛନ୍ତି।

ଇରାନର ବୈଦେଶିକ ମନ୍ତ୍ରୀ ହୋସେନ୍ ଆମୀର-ଅବଦୋଲ୍ଲାହାନ ରବିବାର କହିଛନ୍ତି ଯେ ତେହେରାନ ଆମେରିକାକୁ ସୂଚନା ଦେଇଛି ଯେ ଇସ୍ରାଏଲ ଉପରେ ଏହାର ଆକ୍ରମଣ ସୀମିତ ଏବଂ ଆତ୍ମରକ୍ଷା ପାଇଁ ହେବ। ପାଶ୍ଚାତ୍ୟ ରାଷ୍ଟ୍ରମାନେ ଇରାନର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିବା ସହ ଡି-ଏସ୍କାଲେସନ ଆହ୍ୱାନ କରିବାର କିଛି ଘଣ୍ଟା ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି।

ଇରାନ ଇସ୍ରାଏଲରେ 300 ରୁ ଅଧିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିବାର କିଛି ଦିନ ପରେ ଇହୁଦୀ ରାଷ୍ଟ୍ରକୁ ସିରିଆରେ ଥିବା ଦୂତାବାସ ଉପରେ ହୋଇଥିବା ଆକ୍ରମଣରୁ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଥିଲା। ତେବେ ଇସ୍ରାଏଲ୍ ଦାବି କରିଛି ଯେ ଏହା ଇରାନ ଦ୍ୱାରା ଛଡା ଯାଇଥିବା 99% କ୍ଷେପଣାସ୍ତ୍ରକୁ ଅଟକାଇ ଦେଇଛି ଯାହା ଦ୍ୱାରା କେବଳ ଏୟାର ବେସରେ ସାମାନ୍ୟ କ୍ଷତି ଘଟିଛି। ଆମେରିକାର ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଇରାନର ଆକ୍ରୋଶକୁ କଡା ସମାଲୋଚନା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+