"ଯେତେବେଳେ ଅସଲି ରହି ନାହିଁ , ସେତେବେଳେ ..."ମୁର୍ଶିଦାବାଦରେ ବାବ୍ରୀ ମସଜିଦ ପୁନଃନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ.

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ତୃଣମୂଳ କଂଗ୍ରେସର ସସପେଣ୍ଡ ବିଧାୟକ ହୁମାୟୁନ କବୀରଙ୍କ, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବାବ୍ରୀ ମସଜିଦ୍ ତିଆରି କରିବାର ଘୋଷଣାକୁ ନେଇ ବର୍ଷିଛନ୍ତି। ପ୍ରସ୍ତାବିତ ମସଜିଦ୍ ବିଷୟରେ ପଚରା ଯିବାରୁ , ଶର୍ମା ସୋମବାର ମିର୍ଜାପୁରରେ ରିପୋର୍ଟରଙ୍କୁ କହିଥିଲେ , ଏହା ବାବ୍ରୀ ମସଜିଦର ପୁତଲା (ଡମି), ଅସଲି (ମସଜିଦ) ନୁହେଁ। ଯେବେ ଅସଲି ମସଜିଦ ହିଁ ରହିନାହିଁ , ତ ପୁତଲା କଣ କରିବ ?

ଗତ ବୁଧବାର, କବୀର ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ଅଯୋଧ୍ୟାର ବାବ୍ରୀ ମସଜିଦ ପରି ତିଆରି ଖୁବ୍ ଚର୍ଚ୍ଚିତ ମସଜିଦ୍ର କନଷ୍ଟ୍ରକ୍ସନ ଆରମ୍ଭ କରିଥିଲେ। କବୀର , ଯାହାଙ୍କୁ ନିକଟରେ ତୃଣମୂଳ କଂଗ୍ରେସରୁ ବାହାର କରାଯିବା ପରେ ଜନତା ଉନ୍ନୟନ ପାର୍ଟି (ଜେୟୁପି) ଗଠନ କରିଛନ୍ତି , ସେ ଘୋଷଣା କରିଛନ୍ତି ଯେ,ବେଲଡାଙ୍ଗାର ରେଜିନଗରରେ ମସଜିଦ ଦୁଇ ବର୍ଷରରେ ପ୍ରସ୍ତୁତ ହୋଇଯିବ ଏବଂ ଏଥିରେ ପାଖାପାଖି ୫୦-୫୫ କୋଟି ଟଙ୍କାର ଖର୍ଚ୍ଚ ଆସିବ। ନିର୍ମାଣ କାର୍ଯ୍ୟରେ ସହଯୋଗ ଦେବାକୁ ଅନେକ ସମର୍ଥକ ଆଗେଇ ଆସିଛନ୍ତି।

ଜେୟୁପି ପ୍ରମୁଖ କବୀର କହିଛନ୍ତି , ବିରୋଧକାରୀଙ୍କୁ କହିବାକୁ ଚାହୁଁଛି ଯେ, ହଟି ଯାଆନ୍ତୁ । ଲୋକଙ୍କୁ ନିଜ ନିଜର ଧର୍ମର ପାଳନ କରିବା ତଥା ମନ୍ଦିର , ଗିର୍ଜାଘର କିମ୍ୱା ଯାହା ଚାହୁଁଛନ୍ତି ତିଆରି କରିବାକୁ ପୂରା ସ୍ୱାଧୀନତା ରହିଛି। ମୁଁ ଇସଲାମର ନାମରେ କାହାର ବିରୋଧ କରିବି ନାହିଁ । ମୋର ଉଦ୍ଦେଶ୍ୟ ଆଲ୍ଲାଙ୍କୁ ପ୍ରସନ୍ନ କରିବା ଏବଂ ନିଜର ଧାର୍ମିକ ବିଶ୍ୱାସକୁ ପାଳନ କରିବା , କାହା ଉପରେ କିଛି ଅଧିକାର ସାବ୍ୟସ୍ତ କରିବା ନହେଁ। ସେ କହିଛନ୍ତି - ଏହି ମସଜିଦର ନିର୍ମାଣକୁ ରୋକିବା ନେଇ ପୃଥିବାରୀ କୌଣସି ଶକ୍ତି ନାହିଁ ।

himant biswa sharma

ଆଲ୍ଲାଙ୍କ କୃପାରେ ଆମେ ଦୁଇ ବର୍ଷ ଭିତରେ ଏହାର ନିର୍ମାଣ ଶେଷ କରିବୁ। ଏହାକୁ ତିଆରି କରିବାରେ ୫୦-୫୫ କୋଟି ଟଙ୍କାର ଖର୍ଚ୍ଚ ପରିମାଣ ରହିବ। କବୀର ଘୋଷଣା କରିଛନ୍ତି ଯେ, ବୋର୍ଡ ପରୀକ୍ଷା ସବୁ ଚାଲି ଥିବାରୁ ସେ ବର୍ତ୍ତମାନ ନିର୍ଦ୍ଧାରିତ ବାବ୍ରୀ ଯାତ୍ରା - ନାଦିଆର ପଲାସୀରୁ ଉତ୍ତର ଦିନାଜପୁର ଜିଲ୍ଲାର ଉଟାହାର ଯାଏ ୨୩୫ କିଲୋମିଟରର ରାଲିକୁ ସ୍ଥଗିତ ରଖିବେ।

ମସଜିଦ ୧୧ ଏକର ଜମିରେ ନିର୍ମିତ ହେଉଛି ଏବଂ ଏଥିରେ ପ୍ରାୟ ୧୨,୦୦୦ ଲୋକ ନମାଜ ପଢି ପାରିବେ। କବୀରଙ୍କର ଘୋଷଣା ପରେ , ଏକ ଦକ୍ଷିଣପନ୍ଥୀ ଗ୍ରୁପ୍ , ବିଶ୍ୱ ହିନ୍ଦୁ ରକ୍ଷା ପରିଷଦ ଉତ୍ତର ପ୍ରଦେଶର ଲୋକଙ୍କ ଠାରୁ ମୁର୍ଶିଦାବାଦ ଯାଏ ମାର୍ଚ୍ଚ କରିବାର ଅପିଲ କରିଥିଲେ।

୬ ଡିସେମ୍ୱର ୧୯୯୨ରେ କର ସେବକଙ୍କ ଏକ ବଡ଼ ଗ୍ରୁପ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭାଙ୍ଗି ଦେଇଥିଲେ। ସୁପ୍ରିମକୋର୍ଟ ୯ ନଭେମ୍ୱର ୨୦୧୯ର ନିଷ୍ପତ୍ତି ଏହି ମାମଲାକୁ ସମାଧାନ କରିଥିଲେ, ଯେଉଁଥିରେ ବିବାଦିତ ସ୍ଥାନରେ ଏକ ଟ୍ରଷ୍ଟ ଦ୍ୱାରା ରାମ ମନ୍ଦିର ତିଆରି କରିବା ନିଷ୍ପତ୍ତି ଶୁଣାଯାଇ ଥିଲା ଏବଂ ମସଜିଦ ପାଇଁ ପାଞ୍ଚ ଏକରର ଦ୍ୱିତୀୟ ସ୍ଥାନ ଦିଆଗଲା। ଏହି ଆଦେଶ ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇ ସାରିଛି। ଅନ୍ୟପଚେ ଉତ୍ତର ପ୍ରଦେଶ ସୁନ୍ନି ୱକଫ ବୋର୍ଡକୁ ମସଜିଦ୍ ନିର୍ମାଣ ପାଇ ଦିଆ ଯାଇ ଥିବା ପାଞ୍ଚ ଏକର ଜମିରେ ଏବେ କୌଣସି କାମ ଆରମ୍ଭ ହୋଇ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+