ଜମ୍ମୁ କାଶ୍ମୀରରୁ କଂଗ୍ରେସକୁ ଟାର୍ଗେଟ କଲେ ଶାହା, କହିଲେ ଏମିତି କିଛି
ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି।

ଆଜି ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଐତିହାସିକ ନିଷ୍ପତ୍ତି ହୋଇଛି ଏବଂ ଏହା କେବେ ଫେରିବ ନାହିଁ। କର୍ମୀଙ୍କୁ ସମ୍ବୋଧନ କରି ଶାହ କହିଛନ୍ତି ଯେ ଜମ୍ମୁବାସୀ ନିଷ୍ପତ୍ତି ନେବେ ଏଠାରେ କିଏ ପରବର୍ତ୍ତୀ ସରକାର ଗଢିବ। କିଛି ଲୋକ ଏନସି ଏବଂ କଂଗ୍ରେସର ସରକାର ହେଉଛି ବୋଲି ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି।
ଜମ୍ମୁରେ ଫାରୁକ ଓ କଂଗ୍ରେସର ସରକାର କେବେ ବି ଗଠନ ହୋଇପାରିବ ନାହିଁ। ଜମ୍ମୁବାସୀଙ୍କୁ ଆତଙ୍କବାଦ ଆବଶ୍ୟକ ନା ଶାନ୍ତି ଏବଂ ବିକାଶ କାର୍ଯ୍ୟ। ବିଜେପି ସରକାର ଜମ୍ମୁରେ ୩୨ହଜାର କୋଟିରୁ ଅଧିକ ଉନ୍ନୟନ ମୂଳକ କାର୍ଯ୍ୟ କରିଛି। ଏହି ବିକାଶ କାର୍ଯ୍ୟ ମୋଦୀ ସରକାର ନେଇ ଆସିଛନ୍ତି ବୋଲି ଶାହ କହିଛନ୍ତି।












Click it and Unblock the Notifications