ତାୱାଙ୍ଗ ପ୍ରସଙ୍ଗରେ କେବେ ମୁଁହ ଖୋଲିବେ ମୋଦୀ: କଂଗ୍ରେସ୍
ତାୱାଙ୍ଗ ପ୍ରସଙ୍ଗରେ କେବେ ମୁଁହ ଖୋଲିବେ ମୋଦୀ: କଂଗ୍ରେସ୍
Tawang Clash News In Odia: ଚାଇନା କ୍ରମାଗତ ଭାବରେ ଏଲଏସିକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି । ନିକଟରେ ତାୱାଙ୍ଗରେ ହୋଇଥିବା ସଂଘର୍ଷ ଏହାର ଏକ ବଡ ପ୍ରମାଣ । ଯେଉଁଠାରେ ଶହ ଶହ ଚାଇନା ଯବାନ୍ ଭାରତୀୟ ସୀମା ମଧ୍ୟରେ ପଶିବା ପାଇଁ ଚେଷ୍ଟା କରୁଛନ୍ତି । ଯାହା ପରେ ଉଭୟ ଭାରତ-ଚୀନ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହେଉଥିବାର ଦେଖିବା ପାଇଁ ମିଳିଥିଲା । ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ୍ ଏହି ମାମଲାକୁ କେନ୍ଦ୍ର କରି ଆଜି ପୁଣି କେନ୍ଦ୍ର ସରକାରଙ୍କୁ ଘେରିଛି । ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗ ଉଲ୍ଲେଖ କରି ମୋଦୀ ସରକାର ଉପରେ ବର୍ଷିଛନ୍ତି ।
ସରକାରଙ୍କୁ ସୋନିଆ ଗାନ୍ଧୀଙ୍କ ପ୍ରଶ୍ନ
କଂଗ୍ରେସ ସଂସଦୀୟ ପାର୍ଟି ବୈଠକରେ ସୋନିଆ ଗାନ୍ଧୀ ଚୀନ୍ ଅନୁପ୍ରବେଶକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, 'ସରକାର ଜିଦ୍ ଧରିଛନ୍ତି ଏବଂ ଏହା ଉପରେ ଆଲୋଚନା କରୁନାହାଁନ୍ତି । ପ୍ରକୃତ ପରିସ୍ଥିତି ଜାଣିବାକୁ ଜନସାଧାରଣ ଓ ଗୃହ ଅସମର୍ଥ । ସରକାର କାହିଁକି ଏହି ପ୍ରସଙ୍ଗ ଉପରେ ଆଲୋଚନା କରୁ ନାହାଁନ୍ତି ।
କେନ୍ଦ୍ର ସରକାରଙ୍କୁ ଶଶି ଥରୁରଙ୍କ ପ୍ରଶ୍ନ
ଆଜି ସଂସଦରେ ଶଶି ଥରୁର ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ସଂସଦରେ ଭାରତ-ଚୀନ୍ ସୀମା ବିବାଦକୁ ନେଇ ବିରୋଧୀ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି । ସଠିକ୍ ତଥ୍ୟ କ'ଣ ପାଇଁ ଦିଆଯାଉ ନାହିଁ । ଆମେ ସମସ୍ତେ ଦେଶର ସୁରକ୍ଷା ପାଇଁ ଛିଡା ହୋଇଛୁ । ସୀମାରେ ପରିସ୍ଥିତି କ'ଣ ଜାଣିବା ପାଇଁ ଚାହୁଁଛୁ । ଜୁନ୍ ୨୦୨୦ ରେ ଆମର ୨୦ ଜଣ ଯବାନଙ୍କୁ କାହିଁକି ହତ୍ୟା କରାଯାଇଥିଲା? ଏହା ଜାଣିବା ଉଚିତ୍ ।

ବାସ୍ତବରେ ସଂସଦରେ ବିରୋଧୀ ଦଳ ଚୀନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରୁଛନ୍ତି । ହେଲେ ସରକାର ଆଲୋଚନା କରିବା ପାଇଁ ସଫା ସଫା ମନା କରିଦେଇଛନ୍ତି । ଫଳରେ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଛନ୍ତି । ଏହି ମାମଲାକୁ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ବିବରଣୀ ଦେଇଛନ୍ତି । ଗୃହରେ ଏପରି ସମ୍ବେଦନଶୀଳ ପ୍ରସଙ୍ଗ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳ ନେତାମାନେ ତାୱାଙ୍ଗରେ ଭାରତ-ଚୀନ୍ ବିଷୟରେ ଆଲୋଚନା କରିବା ପାଇଁ ଦାବି କରି କ୍ୟାମ୍ପସ ଭିତରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ସାଂସଦମାନେ ହାତରେ ପ୍ଲାକାର୍ଡ ଧରିଥିବାର ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ଲେଖାଯାଇଥିଲା- ତାୱାଙ୍ଗ ପ୍ରସଙ୍ଗରେ କେବେ ମୁଁହ ଖୋଲିବେ ମୋଦୀ ।












Click it and Unblock the Notifications