ଭବ୍ୟ ଏବଂ ଐତିହାସିକ ପରେଡ ସହିତ ଶୁଭାରମ୍ଭ ହେବ ଆଇଏଫଏଫଆଇ ୨୦୨୫: ଯେତେବେଳେ ଭାରତ ଗତି କରେ, ବିଶ୍ୱ ଦେଖିଥାଏ

୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏକ ଏପରି ଦୃଶ୍ୟକୁ ଉପସ୍ଥାପିତ କରିବାକୁ ଯାଉଛି, ଯାହା ଏକ ମହୋତ୍ସବ ଆରମ୍ଭକୁ ପୁନଃ ପରିଭାଷିତ କରିବ ଏବଂ ଏକ ଭବ୍ୟ, ଆକର୍ଷଣୀୟ ଉଦଘାଟନୀ ପରେଡ୍ ହେବ। ପ୍ରଥମ ଥର ପାଇଁ, ଆଇଏଫଏଫଆଇ ଏହାର ଦର୍ଶକଙ୍କୁ ଏକ ହୃଦୟସ୍ପର୍ଶୀ ଉତ୍ସବ ସହିତ ସ୍ୱାଗତ କରିବ। ଯେଉଁଠାରେ କାହାଣୀଗୁଡ଼ିକ କଥା କହିବେ, ସଙ୍ଗୀତ ନିଶ୍ୱାସ ନେବ, ଚରିତ୍ରଗୁଡ଼ିକ ପରଦା ଉପରେ ଦୃଶ୍ୟମାନ ହେବେ ଏବଂ ଭାରତ ତାଳ, ରଙ୍ଗ, ଗର୍ବ ଏବଂ ପ୍ରାଣସ୍ପନ୍ଦନକାରୀ କଳ୍ପନା ମାଧ୍ୟମରେ ନିଜକୁ ପ୍ରକାଶ କରିବ। ୨୦ ନଭେମ୍ବର ଅପରାହ୍ନ ୩.୩୦ ମିନିଟରେ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ କାର୍ଯ୍ୟାଳୟରୁ କଳା ଏକାଡେମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରକାରର ପରେଡ୍ ଗୋଆର ରାସ୍ତାଗୁଡ଼ିକୁ ଭାରତର ସିନେମା ଏବଂ ସାଂସ୍କୃତିକ ଉଜ୍ଜ୍ୱଳତାର ଏକ ଜୀବନ୍ତ କାନଭାସରେ ପରିଣତ କରିବ।

ଆନ୍ଧ୍ର ପ୍ରଦେଶ, ହରିୟାଣା ଏବଂ ଗୋଆର ଚମତ୍କାର ରାଜ୍ୟ ଶୋଭାଯାତ୍ରା ଏହି ପରେଡ୍‌ର ନେତୃତ୍ୱ ନେବେ, ଯେଉଁଥିରେ ପ୍ରତ୍ୟେକଟି ପରିଚୟ ଏବଂ କଳ୍ପନାର ଏକ ସ୍ପଷ୍ଟ ପ୍ରତିଛବି ଉପସ୍ଥାପନ କରାଯିବ। ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସ୍ଵର୍ଣ୍ଣ ବେଳାଭୂମିର ଆକର୍ଷଣ, ଆରକୁର ରହସ୍ୟମୟ ଉପତ୍ୟକା ଏବଂ ଟଲିଉଡର ସ୍ପନ୍ଦନଶୀଳ ଭାବନାକୁ ଉପସ୍ଥାପିତ କରିବ। ହରିୟାଣା ଲୋକକଥା, ରଙ୍ଗମଞ୍ଚ, ସଂସ୍କୃତି ଏବଂ ସିନେମାର ଗୌରବ ଗାଥାର ଏକ ରଙ୍ଗୀନ ସଙ୍ଗମକୁ ପ୍ରଦର୍ଶିତ କରିବ। ମହୋତ୍ସବର ଦୀର୍ଘ ଦିନର ଘର ଗୋଆ, ଶୋଭାଯାତ୍ରାର ଭାବନାତ‌୍ମକ କେନ୍ଦ୍ର ପାଲଟିବ, ଯାହା ବିଶ୍ୱ ସିନେମା ସହିତ ଏହାର ବିଶ୍ୱବ୍ୟାପୀ ଉଷ୍ମତା ଏବଂ କାଳଜୟୀ ବନ୍ଧନର ଉତ୍ସବକୁ ପାଳନ କରିବ।

FFI 2025 To Open With A Historic Grand Parade

ରାଜ୍ୟଗୁଡ଼ିକ ସହିତ ଭାରତର ପ୍ରମୁଖ ପ୍ରଯୋଜନା ସଂସ୍ଥାଗୁଡ଼ିକର ମହାନ ସିନେମା ଶୋଭାଯାତ୍ରା ମଧ୍ୟ ମାର୍ଚ କରିବ, ଯେଉଁଥିରେ ରହିବ ପ୍ରତ୍ୟେକଟି କାହାଣୀ କହିବାର ଉତ୍କର୍ଷତାର ଏକ ଚଳଚଞ୍ଚଳ ବ୍ରହ୍ମାଣ୍ଡ। ଅଖଣ୍ଡ ୨ର ପୌରାଣିକ ଶକ୍ତି , ରାମ ଚରଣଙ୍କ ପେଡ୍ଡିର ଭାବନାତ‌୍ମକ ଗଭୀରତା , ମୈଥିରୀ ମୁଭି ମେକର୍ସର ସୃଜନଶୀଳ ଶକ୍ତି, ଜୀ ଷ୍ଟୁଡିଓର ପ୍ରତୀକାତ୍ମକ ଐତିହ୍ୟ, ହୋମ୍ବଲେ ଫିଲ୍ମସର ବିଶ୍ୱ ଦୃଷ୍ଟିକୋଣ, ବିନ୍ଦୁସାଗରର ଓଡ଼ିଆ ଐତିହ୍ୟ , ଗୁରୁ ଦତ୍ତଙ୍କ ପ୍ରତି ଅଲ୍ଟ୍ରା ମିଡିଆର ଶତବାର୍ଷିକୀ ଶ୍ରଦ୍ଧାଞ୍ଜଳି, ଏବଂ ୱେଭ୍ସ ଓଟିଟିର ସ୍ପନ୍ଦନଶୀଳ କାହାଣୀ କହିବା କ୍ଷେତ୍ର - ଏହି ସମସ୍ତ ଭାରତୀୟ ସିନେମାର ଅସୀମ ବିବିଧତାକୁ ପ୍ରଦର୍ଶନ କରିବା ପାଇଁ ଏକ ଐତିହାସିକ ପରିସର ଯୋଡିବ। ଏନଏଫଡିସି ୫୦ ବର୍ଷର ସିନେମାକୁ ଐତିହାସିକ ଭାବରେ ଯୋଡିଥାଏ, ଯାହା ପାଞ୍ଚ ଦଶନ୍ଧି ଧରି ଚଳଚ୍ଚିତ୍ର ନିର୍ମାତାଙ୍କୁ ପରିପୃଷ୍ଟ କରୁଛି ଏବଂ ଦେଶବ୍ୟାପୀ ସିନେମା ସମ୍ପର୍କିତ ନବସୃଜନକୁ ପ୍ରୋତ୍ସାହିତ କରୁଛି।

କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର "ଭାରତ ଏକ ସୁର " ଏକ ମନ୍ତ୍ରମୁଗ୍ଧ ଲୋକକଳାର ସଙ୍ଗମ ସହିତ ପରେଡକୁ ଆରମ୍ଭ କରିବ, ଯେଉଁଥିରେ ଷୋହଳଟି ରାଜ୍ୟର ଶହେରୁ ଅଧିକ କଳାକାର ସାମିଲ ଅଛନ୍ତି। ଯେଉଁଥିରେ ଭାଙ୍ଗଡା ଗରବା ସହିତ ମିଶିଥାଏ, ଲାବଣୀ ଘୁମରରେ ବଦଳି ଯାଏ , ବିହୁ ଛଉ ଏବଂ ନଟି ସହିତ ନିଶ୍ୱାସ ନିଏ, ଯାହା ଏକ ମହାନ ତ୍ରିରଙ୍ଗା ସ୍ଵରୂପରେ ପରିଣତ ହୁଏ, ଯାହା ଭାରତର ଏକୀକୃତ ସାଂସ୍କୃତିକ ହୃଦସ୍ପନ୍ଦନକୁ ମୂର୍ତ୍ତିମନ୍ତ କରେ।

ଭାରତର ପ୍ରିୟ ଆନିମେସନ ପସନ୍ଦଯୋଗ୍ୟ ଚରିତ୍ର - ଛୋଟା ଭୀମ ଏବଂ ଚୁଟକି, ମୋଟୁ ପତଲୁ ଏବଂ ବିଟ୍ଟୁ ବହାନେବାଜ, ଯାହା ଆକର୍ଷଣ, ସ୍ମୃତି ତଥା ଆନନ୍ଦ ଯୋଡିବେ, ଏହା ସହ ଦର୍ଶକଙ୍କୁ ହସ, ଉଷ୍ମତା ଏବଂ ଚଞ୍ଚଳ ମନୋଭାବ ସହିତ ସ୍ୱାଗତ କରିବା ପାଇଁ ପରଦା​‌କୁ ଆସିବେ।

ଆଇଏଫଏଫଆଇ ୨୦୨୫ର ଉଦଘାଟନୀ ପରେଡ୍ କେବଳ ଏକ ଉଦଘାଟନୀ କାର୍ଯ୍ୟକ୍ରମ ଅପେକ୍ଷା ବହୁତ ଅଧିକ; ଏହା ଏକ ଆକର୍ଷଣୀୟ ଉପସ୍ଥାପନ ଏବଂ ଏକ ସାଂସ୍କୃତିକ ପ୍ରତିଶ୍ରୁତି। ଗୋଆ ଏହି ଅସାଧାରଣ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ, ଆଇଏଫଏଫଆଇ ବିଶ୍ୱକୁ ଭାରତକୁ କେବଳ କାହାଣୀର ଏକ ରାଷ୍ଟ୍ର ଭାବରେ ନୁହେଁ - ବରଂ ଗୋଟିଏ ଅବିସ୍ମରଣୀୟ ଲୟରେ ଆଗକୁ ବଢ଼ୁଥିବା ଗତିଶୀଳ ଏକ ରାଷ୍ଟ୍ର ଭାବରେ ଦେଖିବାକୁ ଆମନ୍ତ୍ରଣ କରୁଛି।

କାରଣ ଯେତେବେଳେ ଭାରତ ଗତି କରେ, ବିଶ୍ୱ ପ୍ରକୃତରେ ଦେଖୁଥାଏ!

ଆଇଏଫଏଫଆଇ ବିଷୟରେ

୧୯୫୨ ମସିହାରେ ଗଠିତ ହୋଇଥିବା, ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଦକ୍ଷିଣ ଏସିଆର ସର୍ବପ୍ରାଚୀନ ଏବଂ ସର୍ବବୃହତ ସିନେମା ଉତ୍ସବ ଭାବରେ ପ୍ରତିଷ୍ଠିତ। ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି), ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ (ଇଏସଜି) ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି ମହୋତ୍ସବ ଏକ ବିଶ୍ୱସ୍ତରୀୟ ସିନେମା ଶକ୍ତି କେନ୍ଦ୍ରରେ ପରିଣତ ହୋଇଛି। ଯେଉଁଠାରେ ପୁନଃସଂରକ୍ଷିତ କ୍ଳାସିକ୍ ଗୁଡିକରେ ସାହସିକ ପରୀକ୍ଷଣ କରାଯାଏ ଏବଂ କିମ୍ବଦନ୍ତୀ ମହାନ କଳାକାରମାନେ ପ୍ରଥମ ଥର ପାଇଁ ଆସିଥିବା ବ୍ୟକ୍ତି ବିଶେଷଙ୍କ ସହିତ ଏକାଠି ବସନ୍ତି। ଆଇଏଫଏଫଆଇକୁ ପ୍ରକୃତରେ ଚମକଦାର କରୁଥିବା ବିଷୟ ହେଉଛି, ଏହାର ଆକର୍ଷିତ କରିବା ଭଳି ମିଶ୍ରଣ - ଆନ୍ତର୍ଜାତୀୟ ପ୍ରତିଯୋଗିତା, ସାଂସ୍କୃତିକ ପ୍ରଦର୍ଶନ, ମାଷ୍ଟରକ୍ଲାସ, ଶ୍ରଦ୍ଧାଞ୍ଜଳି, ଏବଂ ଉଚ୍ଚ-ଶକ୍ତିସମ୍ପନ୍ନ ୱେଭ୍ସ ଫିଲ୍ମ ବଜାର, ଯେଉଁଠାରେ ବିଚାର, ବ୍ୟବସାୟ ଏବଂ ସହଯୋଗ ଉଡାଣ ଭରେ। ନଭେମ୍ବର ୨୦ - ୨୮ ପର୍ଯ୍ୟନ୍ତ ଗୋଆର ଚମତ୍କାର ଉପକୂଳ ପୃଷ୍ଠଭୂମିରେ ଆୟୋଜିତ, ୫୬ତମ ସଂସ୍କରଣ ଭାଷା, ଧାରା, ନବସୃଜନ ଏବଂ ସ୍ୱରର ଏକ ଚମତ୍କାର ପରିସରର ପ୍ରତିଶ୍ରୁତି ଦିଏ, ଯାହା ବିଶ୍ୱ ମଞ୍ଚରେ ଭାରତର ସୃଜନଶୀଳ ପ୍ରତିଭାର ଏକ ନିମଗ୍ନ ଉତ୍ସବ।

ଅଧିକ ସୂଚନା ପାଇଁ, ଏଠାରେ କ୍ଲିକ୍ କରନ୍ତୁ: https://www.pib.gov.in/PressReleasePage.aspx?PRID=2190381

IFFI ୱେବସାଇଟ୍: https://www.iffigoa.org/

PIBର IFFI ମାଇକ୍ରୋସାଇଟ୍: https://www.pib.gov.in/iffi/56new/

PIB IFFIWood ବ୍ରଡକାଷ୍ଟ ଚ୍ୟାନେଲ: https://whatsapp.com/channel/0029VaEiBaML2AU6gnzWOm3F

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+