ଆଇଟି କଂଗ୍ରେସକୁ ପଠାଇଥିବା ନୋଟିସ ଉପରେ ରାହୁଲଙ୍କ ବୟାନ, କହିଲେ ସରକାର ବଦଳିଲେ ....
ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଇନକମ ଟ୍ୟାକ୍ସ ନୋଟିସ୍ ପଠାଇଛି । ପାର୍ଟିକୁ ୧୮୨୩ କୋଟି ଟଙ୍କାର ଜୋରିମାନା ଦେବା ପାଇଁ ଆୟକର ବିଭାଗ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରିଛି । ଆୟକର ବିଭାଗର ଏହି ବିଜ୍ଞପ୍ତି ୨୦୨୪ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ସମସ୍ୟାକୁ ଆହୁରି ବଢାଇଦେଇଛି ।
୨୦୨୭-୨୦୨୧ ପାଇଁ ଆୟକର ବିଭାଗର ଦଣ୍ଡର ପୁନଃ ଯାଞ୍ଚ ପାଇଁ କଂଗ୍ରେସ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା, କିନ୍ତୁ କୋର୍ଟ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ପାର୍ଟିକୁ ପୁଣି ଏକ ନୋଟିସ ପଠାଯାଇଛି । ଆଉ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ଜାରି କରାଯାଇଥିବା ନୋଟିସ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଏକ ପୋଷ୍ଟରେ ଲେଖିଛନ୍ତି,
"ଯେତେବେଳେ ସରକାର ବଦଳିବ, ଯେଉଁମାନେ 'ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି, ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ଆଉ କେହି ଏସବୁ କରିବାକୁ ସାହସ କରିବେ ନାହିଁ ।"

ରାହୁଲ ଗାନ୍ଧି ମଧ୍ୟ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କହୁଛନ୍ତି, "ଯଦି ସେମାନେ ଗଣତାନ୍ତ୍ରିକ ଅନୁଷ୍ଠାନକୁ ନେଇ କାମ କରିଥାନ୍ତେ, ଯଦି ସିବିଆଇ ତା'ର କାମ କରିଥାନ୍ତା, ଇଡି ତା'ର କାମ କରିଥାନ୍ତା, ତେବେ ଏପରି ହୋଇନଥାନ୍ତା । ତେଣୁ ସେମାନେ ମଧ୍ୟ ଭାବିବା ଦରକାର ଯେ ସେମାନେ ସବୁ କରୁଛନ୍ତି ଯେ ଦିନେ ବିଜେପି ସରକାର ବଦଳିଯିବ ଏବଂ ତା'ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଏହା ଆଉ କେବେ ହେବ ନାହିଁ ।
ତେଣୁ ସେମାନେ ମଧ୍ୟ ଚିନ୍ତା କରିବା ଦରକାର । ଆୟକର ନୋଟିସ ପ୍ରସଙ୍ଗରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ଦଳ କହିଛି ଯେ, ଠିକ୍ ଲୋକସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ କଂଗ୍ରେସକୁ ୫ଟି ଭିନ୍ନ ଭିନ୍ନ ଆର୍ôଥକ ବର୍ଷର ଟିକସ ରିଟର୍ଣ୍ଣରେ ଅନିୟମିତତା ଅଭିଯୋଗରେ ୧,୮୨୩.୦୮ କୋଟି ଟଙ୍କା ପ୍ରଦାନ ପାଇଁ ନୂଆ ନୋଟିସ୍ ଜାରି କରିଛି, କିନ୍ତୁ ଏହା ବିଜେପି ପ୍ରତି ଆଖି ବୁଜିଦେଇଛି, ଯାହାର ୪,୬୦୦ କୋଟି ଟଙ୍କାର ଜରିମାନା ବାକି ରହିଛି ।












Click it and Unblock the Notifications