ଜାଣନୁ ଭାରତରେ କେଉଁ ଦିନ ପାଳନ କରାଯିବ ଇଦ୍
Eid al-Fitr 2024 in India: ସୋମବାର ସାଉଦିରେ ଶୱାଲ ଜହ୍ନ ଦୃଶ୍ୟମାନ ହୋଇ ନାହିଁ ତେଣୁ ବର୍ତ୍ତମାନ ସାଉଦି ଆରବରେ ୧୦ ଏପ୍ରିଲରେ ଇଦ୍ ପାଳନ କରାଯିବ। ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ, ରମଜାନ ହେଉଛି ବର୍ଷର ନବମ ମାସ ଏବଂ ଶାୱାଲ ହେଉଛି ଦଶମ ମାସ। ଏଭଳି ପରିସ୍ଥିତିରେ ଶାୱଲ ମାସର ପ୍ରଥମ ଦିନରେ ଇଦ୍ ପାଳନ କରାଯାଏ।

ମୁସଲମାନମାନେ ରମଜାନ ଦିନ ଜହ୍ନ ଦେଖି ଉପବାସ ଶେଷ କରନ୍ତି । ସାଧାରଣତଃ ସାଉଦି ଆରବରେ ୨୯ ଦିନ ରୋଜା ପାଳନ କରାଯାଏ କାରଣ ସମୟର ପରିବର୍ତ୍ତନ ହେତୁ ଏହି ଦେଶରେ ଗୋଟିଏ ଦିନ ପୂର୍ବରୁ ହିଁ ଜହ୍ନ ଦେଖାଯାଏ ।
ମୁସଲମାନମାନେ ସୂର୍ଯ୍ୟୋଦୟରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ପାଳନ କରନ୍ତି, ଏହି ସମୟ ମଧ୍ୟରେ ଉପବାସ କରୁଥିବା ଲୋକମାନେ ଦିନସାରା କିଛି ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ପାଣି ପିଅନ୍ତି ନାହିଁ । ଭାରତରେ ମଧ୍ୟ ଇଦରେ ଖୁବ୍ ଉତ୍ସାହ ଦେଖିବା ପାଇଁ ମିଳିଥାଏ । ବେଶ୍ ଧୂମଧାମରେ ପାଳନ କରାଯାଏ । ଇଦ ଅବସରରେ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଭାରତରେ ରମଦାନ ସମୟରେ ଇଫତାର ପାର୍ଟିର ବହୁତ ଲୋକପ୍ରିୟତା ରହିଛି ।
ପୂର୍ବରୁ କୁହାଯାଇଥିଲା ଯେ ୮ ଏପ୍ରିଲ ୨୦୨୪ରେ ସାଉଦିରେ ଇଦ ପାଳନ କରାଯିବ । ହେଲେ ସାଉଦି ଆରବରେ ଜହ୍ନ ଦେଖାଯାଇନଥିଲା ଯେଉଁଥି ପାଇଁ ବର୍ତ୍ତମାନ ୧୦ ଏପ୍ରିଲରେ ସାଉଦି ଆରବରେ ଇଦ ପାଳନ କରାଯିବ । ସେହିପରି ଆରବ ଏମିରେଟ୍ସ, ଓମାନ, କତାର, କୁଏତ, ବହାରେନ, ଇଜିପ୍ଟ, ତୁର୍କୀ, ଇରାନ, ବ୍ରିଟେନ ଏବଂ ମଧ୍ୟ ପୂର୍ବ ଏବଂ ପଶ୍ଚିମ ଦେଶରେ ମଧ୍ୟ ଇଦ୍ ୧୦ ତାରିଖ ଦିନ ପାଳନ କରାଯିବ ।
ଅନ୍ୟପକ୍ଷରେ, ଯଦି ଆଜି ଭାରତରେ ଶାୱାଲ ଜହ୍ନ ଦେଖାଯାଏ ତେବେ ଆସନ୍ତା କାଲି ଅର୍ଥାତ୍ ୧୦ ଏପ୍ରିଲରେ ଭାରତରେ ଇଦ୍ ପାଳନ କରାଯିବ। ଯଦି ଆଜି ଜହ୍ନ ଦୃଶ୍ୟମାନ ହେବ ନାହିଁ ତେବେ ୧୧ ଏପ୍ରିଲରେ ଭାରତରେ ଇଦ୍ ପର୍ବ ପାଳନ କରାଯିବା ନେଇ ସୂଚନା ରହିଛି । ଏଭଳି ପରିସ୍ଥିତିରେ ଭାରତ ସମେତ ଦକ୍ଷିଣ ଏସିଆର ମୁସଲମାନମାନେ ମଧ୍ୟ ୧୦ ଏପ୍ରିଲରେ ଉପବାସ ରଖିବେ। ତେବେ ସାଉଦି ଆରବ ଗୋଟିଏ ଦିନ ପରେ ଭାରତରେ ରମଜାନ ମାସ ଆରମ୍ଭ ହୋଇଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications