Ayodhya Ram Mandir: କେବେ ହେବ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ? ଘୋଷଣା ହେଲା ତାରିଖ...
Ram Mandir Pran Pratishtha: ଘୋଷଣା ହେଲା ତାରିଖ । ଏହି ଦିନ ହେବ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ଓ ମୁଖ୍ୟ ପୂଜକଙ୍କ ସୂଚନା ।
ତେବେ ଅଯୋଧ୍ୟାରେ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ପ୍ରଥମ ମହଲା ନିର୍ମାଣ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଜାନୁୟାରୀ 22ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ଏକ ସାକ୍ଷାତକାରରେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ଶ୍ରୀପେନ୍ଦ୍ର ମିଶ୍ର ଏହି ସୂଚନା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଛନ୍ତି ।

ଏନେଇ ପିଏମଓଙ୍କ ନିକଟକୁ ଚିଠି ହୋଇଥିଲା ତାହାର ଉତ୍ତର ମଧ୍ୟ ଆସିଛି । ୨୨ତାରିଖ ଦିନ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଆସିବେ, ସେଥିଲାଗି ସେହି ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିଲାଗି ଆହୁରି ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସେ କହିଛନ୍ତି ।
ଜାନୁଆରୀ 14 ତାରିଖରେ ମକର ସଂକ୍ରାନ୍ତି ପରେ ମନ୍ଦିର ଟ୍ରଷ୍ଟ ରାମଙ୍କ ପୂଜା ପ୍ରକ୍ରିୟା ଆରମ୍ଭ କରିବ, 10 ଦିନ ଧରି ରାମଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରିବ । ତେବେ ପ୍ରତିଷ୍ଠା ପରେ ଜାନୁଆରୀ 24 ତାରିଖରେ ସାଧାରଣ ଦର୍ଶନ ହେବା ନେଇ ଅନୁମାନ କରାଯାଉଛି ।
ସେ ଆହୁରି କହିଛନ୍ତି ଯେ ମନ୍ଦିରର ଶିଖରରେ ସ୍ଥାପିତ ହେବାକୁ ଥିବା ଏକ ଉପକରଣର ପରିକଳ୍ପନା ପାଇଁ କାର୍ଯ୍ୟ ଚାଲିଛି । ଯାହା ପ୍ରତିବର୍ଷ ରାମ ନବମୀ ଦିନ ପବିତ୍ର ଗର୍ଭଗ୍ରୁହରେ ସୂର୍ଯ୍ୟଙ୍କ କିରଣ ପ୍ରଭୁଙ୍କ କପାଳରେ ପଡ଼ିବ । ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଉପକରଣ ବେଙ୍ଗାଲୁରୁରେ ତିଆରି ହେଉଛି । ଯାହାର ଡିଜାଇନ୍ ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ରୁର୍କିର ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ପୁଣେର ଏକ ପ୍ରତିଷ୍ଠାନ ମିଳିତ ଭାବେ ଏଥିପାଇଁ ଏକ କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications