ଘରକୁ ଯାଇ ଖେଳନା ଫେରାଇଲା Indian Railway, ଜାଣନ୍ତୁ ଏହି ପୁରା ଘଟଣା
ଘରକୁ ଯାଇ ଖେଳନା ଫେରାଇଲା Indian Railway, ଜାଣନ୍ତୁ ଏହି ପୁରା ଘଟଣା
Indian Railway: ଟ୍ରେନରେ ଝଗଡା, ମାଡଗୋଳ, ଅତ୍ୟାଚାର, ଚୋରି ଭଳି ଘଟଣା ବିଷୟରେ ଆପଣ ପ୍ରାୟତଃ ଶୁଣି ଆସୁଥିବେ । ହେଲେ ଆଜି ଭାରତୀୟ ରେଳକୁ ନେଇ ରହିଛି କିଛି ଖାସ୍ ଓ ଭିନ୍ନ ଖବର । ଭାରତୀୟ ରେଳ ଏକ ଅଭିନବ ପ୍ରାୟସ ଛୋଟ ପିଲାଟିର ମୁହଁରେ ଫେରାଇ ଦେଇଛି ହସ । ଯାତ୍ରା କରିବା ସମୟରେ ନିଜର ପ୍ରିୟ ଖେଳନା ଟ୍ରେନରେ ଛାଡି ଚାଲିଯାଇଥିଲା ଶିଶୁଟି । ଯାହାକୁ ଘରକୁ ଯାଇ ଫେରାଇଛି Indian Railway ।

ତେବେ ୧୯ ମାସର ଶିଶୁ ସିକନ୍ଦରାବାଦରୁ ଅଗରତାଲା ମଧ୍ୟରେ ପିତାମାତାଙ୍କ ସହିତ ଯାତ୍ରା କରୁଥିଲା । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଶିଶୁ ଏବଂ ପରିବାର ନିଜ ସହରରେ ଉଲ୍ଲାହି ଯାଇଥିଲେ ହେଲେ ଟ୍ରେନରେ ହିଁ ପିଲାଟି ନିଜ ଖେଳନା ଛାଡି ଚାଲିଯାଇଥିଲା । ଯାହା ପରେ ଜଣେ ସହ-ଯାତ୍ରୀ ଶିଶୁର ଖେଳନା ଦେଖି 'RailMadad' ଆପ ମାଧ୍ୟମରେ ଅଭିଯୋଗ କରିଥିଲେ । ସେ ଅଭିଯୋଗ କରି ଲେଖିଥିଲେ ଯେ, ଯଦି ଭାରତୀୟ ରେଳ ପିଲାଟିକୁ ତାର ଖେଳନା ଫେରାଇଦିଏ ତେବେ ଭଲ ହୁଅନ୍ତା ।
Indian Railway brings back joy to 19-month kid by reuniting him with his lost toy
Read @ANI Story | https://t.co/32on88PjXn#IndianRailways #childhood #toys pic.twitter.com/jcUKgVIlqV
— ANI Digital (@ani_digital) January 6, 2023
ଏହା ପରେ ଭାରତୀୟ ରେଳ ଅଧିକାରୀମାନେ ଟ୍ରେନର ଅନୁସନ୍ଧାନ କରି ଖେଳଣାଟି ପାଇଥିଲେ । ଯାହା ପରେ ସେମାନେ ଟ୍ରେନରେ ଯାତ୍ରା କରୁଥିବା ଏହି ପରିବାରକୁ ଖୋଜିବା ଆରମ୍ଭ କରିଥିଲେ । ପରିବାର ଦ୍ୱାରା କରାଯାଇଥିବା ରିଜର୍ସଭେସନକୁ ଯାଞ୍ଚ କରିବା ପରେ ତାଙ୍କ ଗାଁର ଠିକଣା ଖୋଜାଯାଇଥିଲା । ବହୁ ଅସୁବିଧା ଏବଂ ପରିଶ୍ରମ ପରେ ପରିବାରକୁ ଚିହ୍ନଟ କରାଯାଇଥିଲା । ରେଳ ଅଧିକାରୀମାନେ ତାଙ୍କ ଗାଁକୁ ଯାଇ ପିଲାଟିର ଖେଳନାକୁ ତାକୁ ଫେରାଇଥିଲେ ।
ଛୁଆଟିକୁ ତାର ପ୍ରିୟର ଖେଳନା ଫେରାଇ ଦେବାରୁ ପିତାମାତା ରେଳ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ନିଜ ପ୍ରିୟ ଖେଳନାକୁ ଫେରି ପାଇ ଛୋଟପିଲାଟି ମଧ୍ୟ ବେଶ୍ ଖିସି ହୋଇଯାଇଥିଲା । Indian Railway ବା ଭାରତୀୟ ରେଳର ଏହି କାର୍ଯ୍ୟକୁ ଏବେ ସବୁଠି ପ୍ରଶଂସା କରାଯାଉଛି ।












Click it and Unblock the Notifications