ପୁଣି ଫେରିବ ୧୦୦୦ ଟଙ୍କିଆ ନୋଟ୍ !
When 1000 rs Note Will Come: ରିଜର୍ଭ ବ୍ୟାଙ୍କ ତରଫରୁ 2000 ଟଙ୍କା ନୋଟ ଅଚଳ ହେବା ଏବଂ ଏହାକୁ ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରାଯିବା ପରେ ଏହା ବିଷୟରେ ଲୋକଙ୍କ ମନରେ ସୃଷ୍ଟି ହେଉଛି ଯେ ପୁଣି ମାର୍କେଟକୁ 1000 ଟଙ୍କା ନୋଟ୍ ପୁଣି ମାର୍କେଟକୁ ଫେରିବ କି ?
ବାସ୍ତବରେ, 2000 ଟଙ୍କା ନୋଟ୍ ଭାରତୀୟ ମୁଦ୍ରାର ସବୁଠାରୁ ବଡ ନୋଟ୍ ଥିଲା ଏବଂ ଏହାର ପ୍ରତ୍ୟାହାର ପରେ ବର୍ତ୍ତମାନ ସବୁଠାରୁ ବଡ ନୋଟ୍ ହେଉଛି 500 ଟଙ୍କା ନୋଟ୍ । ଏଭଳି ପରିସ୍ଥିତିରେ 1000 ଟଙ୍କା ନୋଟ୍ ଫେରସ୍ତ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ରହିଛି କିନ୍ତୁ ବର୍ତ୍ତମାନ ଏକ ବଡ଼ ସୂଚନା ପ୍ରକାଶ ପାଇଛି ।

ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ 1000 ଟଙ୍କିଆ ନୋଟ ଫେରାଇ ଆଣିବାକୁ ଆରବିଆଇର କୌଣସି ଯୋଜନା ନାହିଁ । ସୂଚନାଯୋଗ୍ୟ ଯେ 8 ନଭେମ୍ବର 2016 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ ଏବଂ 500 ଏବଂ 1000 ଟଙ୍କିଆ ନୋଟ ବନ୍ଦ କରିଦେଇଥିଲେ। ଯଦିଓ 500 ଟଙ୍କିଆ ନୋଟ୍ ନୂଆ ଫର୍ମରେ ବଜାରକୁ ଫେରିଥିଲା ହେଲେ 1000 ଟଙ୍କା ବଦଳରେ 2000 ଟଙ୍କା ନୋଟ୍ ବଜାରକୁ ଆସିଥିଲା । ବିମୁଦ୍ରୀକରଣ ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହି ନିଷ୍ପତ୍ତି କେବଳ ଦୁର୍ନୀତି ଏବଂ କଳା ଟଙ୍କା ଉପରେ ପ୍ରଭାବ ପକାଇବ ନାହିଁ, ବରଂ ଆତଙ୍କବାଦକୁ ମଧ୍ୟ ଭାଙ୍ଗିବ।
ଏହା ପରେ, 19 ମଇ 2023ରେ, ଆରବିଆଇ ଏକ ସର୍କୁଲାର ଜାରି କରିଥିଲା ଯେ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ ଏବଂ ଏହି ନୋଟ୍ ବିନିମୟ ପାଇଁ ଶେଷ ତାରିଖ 30 ସେପ୍ଟେମ୍ବର 2023 ହେବ। ପରେ ଏହାକୁ ଅକ୍ଟୋବର 7 କୁ ବୃଦ୍ଧି କରାଯାଇଥିଲା । ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,
କହିଛି ଯେ ବିମୁଦ୍ରୀକରଣ ସମୟରେ ଅର୍ଥନୀତିର ମୁଦ୍ରା ଆବଶ୍ୟକତା ପ୍ରଭାବିତ ନହେବା ପାଇଁ 2000 ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସେହି ଉଦ୍ଦେଶ୍ୟ ପୂରଣ ହୋଇଛି, ତେଣୁ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯାଉଛି। ଆରବିଆଇ କହିଛି ଯେ ଅକ୍ଟୋବର 7 ପରେ ମଧ୍ୟ 2000 ଟଙ୍କିଆ ନୋଟ୍ ଆଇନଗତ ଟେଣ୍ଡର ରହିବ, କିନ୍ତୁ ଏହା ଆଉ ଚଳିବ ନାହିଁ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications