ହ୍ୱାଟସଆପ୍ ୟୁଜର ପାଇବେ ନୂଆ ସୁବିଧା, ଏଣିକି 32ଜଣଙ୍କ ସହ ଭିଡିଓ କଲ୍ ହେବ ସମ୍ଭବ

ହ୍ୱାଟସଆପ ୟୁଜରଙ୍କ ପାଇଁ ଖୁସି ଖବର। ଆଗକୁ ମିଳିବ ନୂତନ ସୁବିଧା। ହ୍ୱାଟସ୍‌ ଆପ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ।

ନୂଆଦିଲ୍ଲୀ: ହ୍ୱାଟସଆପ ୟୁଜରଙ୍କ ପାଇଁ ଖୁସି ଖବର। ଆଗକୁ ମିଳିବ ନୂତନ ସୁବିଧା। ହ୍ୱାଟସ୍‌ ଆପ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ। ମ୍ୟାସେଜିଂ ଓ କଲିଂରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ହ୍ୱାଟସ୍ଆପ୍‌ ଆପ୍‌ ମାଧ୍ୟମରେ ଭିଡିଓ ଓ ଭୟସ କଲ ପାଇଁ ରହିଛି ମାତ୍ର 8ଜଣଙ୍କ ଭିତରେ ସୀମା। ଆଗକୁ ଏଥିରେ ଅଧିକ ଲୋକଙ୍କୁ ଯୋଡି ହେବା ପାଇଁ ଜୁମ୍ କଲ ଭଳି ଲିଙ୍କ ପଠେଇବାର ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି।

new feature

ଏହି ସୁବିଧା ଆରମ୍ଭ ହେବା ପରେ ଲୋକେ ହ୍ୱାଟସ୍‌ଆପରେ ମିଟିଂ, ସେମାନଙ୍କ ପରିବାର ଓ ବନ୍ଧୁଙ୍କ ସହ ଭିଡିଓରେ କଥାବାର୍ତ୍ତା ହୋଇପାରିବେ। ହ୍ୱାଟସ୍ଆପ୍‌ର ମୂଳ କମ୍ପାନୀ ମେଟାଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ( ସିଇଓ) ମାର୍କ ଜୁକରବର୍ଗ ଏହି ଯୋଜନା କରିଛନ୍ତି । ଏହି କଲରେ ଏକ ସହିତ ତାଙ୍କ 32 ଜଣଙ୍କ ପର୍ଯ୍ୟନ୍ତ ଯୋଡି ହେବା ଭଳି ବ୍ୟବସ୍ଥା କରୁଥିବା କହିଛନ୍ତି। ଏବେ ଏନେଇ ସୁବିଧା ଲାଗି ଟେଷ୍ଟିଂ ଆରମ୍ଭ ହୋଇଯାଇଛି।

ଫେସବୁକରେ ମାର୍କ ଜୁକରବର୍ଗ ଏକ ପୋଷ୍ଟରେ କହିଛନ୍ତି ଯେ, ''ଏହି ସପ୍ତାହରୁ ଆମେ ହ୍ୱାଟସ୍‌ଆପ୍‌ରେ କଲ୍‌ ଲିଂକ ସୁବିଧା ଆରମ୍ଭ କରୁଛୁ, ଫଳରେ ଗୋଟିଏ କ୍ଲିକ୍‌ରେ ଆପଣ ଯେ କୌଣସି କଲ ସହ ସଂଯୁକ୍ତ ହୋଇପାରିବେ। 32 ଜଣଙ୍କ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ଏନକ୍ରିପ୍ଟେଡ୍ ଭିଡିଓ କଲିଂର ମଧ୍ୟ ପରୀକ୍ଷଣ କରିବୁ। କଲ୍ ର ବିକଳ୍ପକୁ ଯାଇ କଲ ଲିଂକ ବନେଇ ପାରିବେ ଓ ଏହାକୁ ଆପଣ ସେୟାର କରି କଲ୍ ର ମଜା ନେଇ ପାରିବେ । ଏହି ନୂତନ ସୁବିଧାକୁ ବ୍ୟବହାର କରିବା ପାଇଁ ୟୁଜରଙ୍କୁ ସେମାନଙ୍କ ଆପକୁ ଅପଡେଟ୍ କରିବାକୁ ପଡିବ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+