ପ୍ରାଇଭେସି ପଲିସି: ହ୍ୱାଟ୍ସଆପ ରଖିଲା ନିଜ ଷ୍ଟାଟସ
ହ୍ୱାଟ୍ସଆପ (WhatsApp)ର ଗୋପନୀୟତା ନୀତି ଉପରେ ଚର୍ଚ୍ଚା ଜୋର ଧରିବା ପରେ ଆଜି ନିଜେ 4ଟି ଷ୍ଟାଟସ୍ ପୋଷ୍ଟ କରିଛି।
ନୂଆଦିଲ୍ଲୀ: ହ୍ୱାଟ୍ସଆପ (WhatsApp)ର ଗୋପନୀୟତା ନୀତି ଉପରେ ଚର୍ଚ୍ଚା ଜୋର ଧରିବା ପରେ ଆଜି ନିଜେ 4ଟି ଷ୍ଟାଟସ୍ ପୋଷ୍ଟ କରିଛି। ଏହି ଷ୍ଟାଟସରେ WhatsApp କହିଛି ଯେ, କମ୍ପାନୀ ଆପଣଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପ ପଢେ ନାହିଁ କିମ୍ବା ଶୁଣେ ନାହିଁ । କାରଣ ଏହା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ଆଧାରରେ ହୋଇଛି ।

ଗତ କିଛି ଦିନ ହେଲା ହ୍ୱାଟ୍ସଆପ ନୂଆ ପ୍ରାଇଭେସି ପଲିସୀକୁ ନେଇ ଚର୍ଚ୍ଚାରେ ରହିଛି। ହ୍ୱାଟ୍ସଆପ ୟୁଜର୍ସଙ୍କୁ ନୂଆ ପଲିସୀ ଗ୍ରହଣ କରିବାକୁ ଫେବୃଆରୀ ୮ ତାରିଖ ଯାଏଁ ସମୟ ଦେଇଥିଲା। କିନ୍ତୁ ଲୋକଙ୍କ ବିରୋଧ ଓ ପ୍ରତିକ୍ରିୟା ଦେଖି କମ୍ପାନୀ ବର୍ତ୍ତମାନ ନୂଆ ପ୍ରାଇଭେସି ପଲିସୀକୁ ସ୍ଥଗିତ ରଖିଛି। କିଛି ୟୁଜର୍ସ ଏହି ନାଁ ପଲିସୀକୁ ବିରୋଧ କରି ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଅନ୍ୟ ପ୍ଲାଟଫର୍ମ ଡାଉନଲୋଡ଼ କରୁଛନ୍ତି।
ଲୋକଙ୍କ ନେଗେଟିଭ ପ୍ରତିକ୍ରିୟା ଦେଖି ହ୍ୱାଟ୍ସଆପ ଲଗାତାର ସଫେଇ ଦେଇଚାଲିଛି। ପ୍ରଥମେ ହ୍ୱାଟ୍ସଆପ୍ ବ୍ଲଗ୍ ଜାରି କରିଥିଲା, ଟ୍ୱିଟ କଲା ଓ ଏବେ ପ୍ରଥମଥର ପାଇଁ ହ୍ୱାଟ୍ସଆପ୍ ନିଜେ ନିଜର ଷ୍ଟେଟସ୍ ଲଗାଇ ସଫେଇ ଦେଇଛି।












Click it and Unblock the Notifications