ହଟାତ ଡାଉନ ହୋଇଗଲା ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ଆପ୍
ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ସନ୍ଧ୍ଯାରୁ ହଟାତ ଡାଉନ ହୋଇଗଲା ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ଆପ୍ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବେଶ କିଛି ସମୟ ପାଇଁ ବନ୍ଦ ହୋଇଯାଇଛି ।

ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ସର୍ଭର ଡାଉନ ହୋଇପଡ଼ିଛି। ଫଳରେ ଏହି ତିନିଟି ସୋସିଆଲ୍ ମିଡିଆ ଏକପ୍ରକାର ଅଚଳ ହୋଇଯାଇଛି। ଏ ନେଇ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି ଓ ଖୁବ୍ ଶୀଘ୍ର ସେବା ଜାରି କରାଯିବାକୁ ଉଦ୍ୟମ ଚାଲିଛି ବୋଲି କୁହାଯାଇଛି।
ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ହେବା ନେଇ ବ୍ୟବହାରକାରୀମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କେହି ବି ବ୍ୟବହାରକାରୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିନପାରିବା ସହିତ ମେସେଜ ମଧ୍ୟ ପଠାଇ ପାରୁନାହାନ୍ତି ।
ଫେସବୁକ୍ ଓ ହ୍ବାଟସଆପ୍ ତରଫରୁ କୁହାଯାଇଛି ଯେ, ଆମେ ଜାଣିଛୁ ଅନେକ ବ୍ୟବହାରକାରୀ ଆମର ଆପ୍ ଆକସେସ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ଆମେ ଏହା ଉପରେ କାମ କରୁଛୁ, ଖୁବ ଶୀଘ୍ର ସେବା ସ୍ବାଭାବିକ ହୋଇଯିବ। ଏହି ଅସୁବିଧା ଲାଗି ଆମେ ଦୁଃଖିତ ବୋଲି ଏହି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications