ହ୍ୱାଟ୍‌ସଆପ୍‌ ଆଣିଲା ପୁଣି କିଛି ନୂଆ ଫିଚର ; ଏଥର ଅଜଣା କଲକୁ କରିହେବ ସାଇଲେଣ୍ଟ, ଲ୍ୟାଣ୍ଡସ୍କେପ୍‌ରେ ହେବ ଭିଡିଓ କଲ୍

ହ୍ୱାଟ୍‌ସଆପ୍‌ ଆଣିଲା ପୁଣି କିଛି ନୂଆ ଫିଚର। ଲ୍ୟାଣ୍ଡସ୍କେପ୍‌ରେ ଦେଖାଯିବ ଭିଡିଓ । ହ୍ୱାଟ୍‌ସଆପ୍‌ରେ ଭିଡିଓ କଲ୍‌ ବେଳେ ଭିଡିଓ ବା ଫଟୋ ଆଉ ଛୋଟ ଦେଖାଯିବନି । ଅର୍ଥାତ ଫୁଲ୍‌ ସ୍କ୍ରିନ୍‌ରେ କରି ହେବ ଭିଡିଓ କଲିଂ ।

ଏଣିକି କେହି ଅଜଣା ବ୍ୟକ୍ତି ଆପଣଙ୍କୁ ହଇରାଣ କରି ପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ପ୍ରଥମେ ସେଟିଂକୁ ଯାଇ ଫ୍ରାଇଭେସିକୁ ଯିବା ପଡ଼ିବ, ସେଠାରେ କଲ୍‌କୁ ଯାଇ 'ସାଇଲେନ୍ସ ଅନ୍‌ନୋନ୍‌ କଲ୍' ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ତେବେ ଏହି ସବୁ ଫିଚର କେବଳ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ ।

whatsapp

ଆଉ ଏକ ଫିଚର ହେଲା, ଷ୍ଟିକର ଟ୍ରେ । ଏଥିରେ ନୂଆ କରି ଡିଜାଇନ୍‌ କରାଯାଇଛି ସୁନ୍ଦର ସୁନ୍ଦର ଷ୍ଟିକର। ଖୁବ୍‌ଶୀଘ୍ର ହ୍ୱାଟସ୍‌ ଆପ୍‌ ନିଜ ୟୁଜର୍ସଙ୍କ ପାଇଁ ଏହି ସବୁ ଫିଚର ଆଣିବ ବୋଲି ଘୋଷଣା କରିଛି।

ହ୍ୱାଟ୍‌ସଆପ୍‌ରେ ୭ ଜଣଙ୍କ ଦ୍ୱାରା ଗ୍ରୁପ୍‌ କଲ୍‌ କରାଯାଉଥିବା ବେଳେ ଏବେ ଏହି ସୀମା ୧୫ ଜଣ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅର୍ଥାତ ଏବେ ଏକାଥରେ ୧୫ ଜଣ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ କଲ୍‌ର ମଜା ନେଇ ପାରିବେ।

ଆଉ ଏକ ଫିଚରଟି ହେଉଛି, 'ଚାଟ୍ ଟ୍ରାନ୍ସଫର୍' । ଏହି ଫିଚର ସାହାଯ୍ୟରେ ବ୍ୟବହାରକାରି ସେମାନଙ୍କର ପୁରୁଣା ମେସେଜ୍‌, ଚାଟ୍ ଏବଂ ଫଟୋକୁ ପୁରୁଣା ଆଇଫୋନରୁ ନୂତନ ଆଇଫୋନକୁ ସ୍ଥାନାନ୍ତର କରିପାରିବେ ।

iOS ୧୫ ଏବଂ ପରବର୍ତ୍ତୀ ଏଡିସନର ସମସ୍ତ ହ୍ୱାଟସ୍ଆପ୍‌ ଉପଭୋକ୍ତା ଏହାର ଲାଭ ଉଠାଇ ପାରିବେ । ଏଥିପାଇଁ ପ୍ରଥମେ ସେଟିଂକୁ ଯାଆନ୍ତୁ, ତାପରେ ଚାଟ୍ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଟ୍ରାନ୍‌ସଫର ଚାଟ୍‌ ଉପରେ କ୍ଲିକ୍‌ କରନ୍ତୁ ।

ୟୁଜର୍ସଙ୍କୁ ଅଧିକ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ଏହି ସବୁ ନୂଆ ଫିଚର ଆଣିଛି ହ୍ୱାଟ୍‌ସଆପ୍‌ । ଆଗକୁ ଆହୁରି ବି ଆଣିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+