UCC ବିଲ୍‌ ଆଗତ ହେବା ପରେ କ'ଣ ପରିବର୍ତ୍ତନ ହେବ ?

ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁସିସି । ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତାର ଅଧିସୂଚନା ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଏହା ଏକ ଐତିହାସିକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ଆଇନ ପାଇଁ ଦିନରାତି କଠିନ ପରିଶ୍ରମ କରିଛନ୍ତି। ସମସ୍ତେ ସମନ୍ବୟ ରଖି କାମ କରିଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ମୁଖ୍ୟ ସେବକ ସଦନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆଜି କେବଳ ଆମ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଐତିହାସିକ ଦିନ। ଆମେ ସମାନତା ପ୍ରତିଷ୍ଠା ଲକ୍ଷ୍ୟରେ ସୃଷ୍ଟି ହୋଇଥିବା ୟୁସିସି କାର୍ଯ୍ୟକାରୀ କରୁଛୁ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ୟୁସିସି ସଦଭାବନାପୂର୍ଣ୍ଣ ସମାଜର ମୂଳଦୁଆ ପକାଇବ । ଧର୍ମ, ଜାତି, ଲିଙ୍ଗ ଓ ସଂପ୍ରଦାୟକୁ ନେଇ ଭେଦଭାବ ରହିବ ନାହିଁ । ଆଜି ଏହି ମୁହୂର୍ତ୍ତଟି ମୋ ପାଇଁ ବହୁତ ଭାବପ୍ରବଣ। ଏହି ଆଇନ କାର୍ଯ୍ୟକାରୀ ହେଲେ ବହୁବିବାହ ଏବଂ ତ୍ରିପଲ ତଲାକ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯିବ।

UCC Bill

UCC ବିଲ୍‌ ଆଗତ ହେବା ପରେ କ'ଣ ପରିବର୍ତ୍ତନ ହେବ ?

  • - ଯୁବତୀଙ୍କ ବିବାହ ବୟସ ୧୮ ଓ ଯୁବକଙ୍କ ବିବାହ ବୟସ ୨୧ ବର୍ଷ ହୋଇଯିବ ।
  • - ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବ ।
  • - ପତି-ପତ୍ନୀ ଉଭୟଙ୍କ ପାଇଁ ତଲାକର ସମାନ କାରଣ ଓ ଆଧାର ଉପଲବ୍ଧ ହେବ ।
  • - ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ ମନା । ଉତ୍ତରାଧୀକାରୀ ଭାବେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ ।
  • - ଲିଭ-ଇନ-ରିଲେସନଶିପରେ ଘୋଷଣାପତ୍ର ଆବଶ୍ୟକ ହେବ । ଲିଭ-ଇନରେ ରହୁଥିବା ଲୋକଙ୍କୁ ପିତା-ମାତାଙ୍କୁ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଏଥିପାଇଁ ରେଜିଷ୍ଟ୍ରେସନ ଜରୁରୀ ହେବ ।
  • - ବିବାହ ପଞ୍ଜିକରଣ ନକଲେ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି ।
  • - ଚାକିରିଆ ପୁଅର ମୃତ୍ୟୁ ପରେ ବୃଦ୍ଧ ପିତାମାତଙ୍କ ଭରଣପୋଷଣ ଦାୟିତ୍ୱ ପତ୍ନୀ ବହନ କରିବେ ଓ ତାଙ୍କୁ ସହାୟତା ମିଳିବ । ପତିଙ୍କ ମୃତ୍ୟୁ ପରେ ପତ୍ନୀ ପୁନର୍ବିବାହ କଲେ ସହାୟତା ପିତାମାତାଙ୍କୁ ମିଳିବ ।
  • - ଅନୁସୂଚିତ ଜନଜାତି ଲୋକମାନେ ଏହି ପରିଧିରୁ ବାହାରେ ରହିବେ । ପତି-ପତ୍ନୀଙ୍କ ମଧ୍ୟରେ ବିବାଦ କ୍ଷେତ୍ରରେ ପିଲାଙ୍କର ଦାୟିତ୍ୱ ଜେଜେ ବାବା-ଜେଜେ ମା'ଙ୍କୁ ଦିଆଯାଇପାରେ ।
  • - ଅନାଥ ଶିଶୁଙ୍କ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରାଯିବ । ମୁସଲିମ ମହିଳାଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିକାର ରହିବ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+