ଟ୍ରମ୍ପଙ୍କ ଉପରେ ବର୍ଷିଲା ରୁଷ-ଚୀନ

ଆମେରିକାର ଆକ୍ରମଣ ପରେ ଇରାନ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ ପାଇଁ ଦାବି କରିଥିଲା । ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ, ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଥିଲା ।

ଏହି ବୈଠକରେ ଅନ୍ତର୍ଜାତୀୟ ପରମାଣୁ ଏକ୍ତି ଏଜେନ୍ସର ମହାନିର୍ଦ୍ଦେଶକ ରାଫେଲ ଗ୍ରୋସୀ ଇରାନର ପରିସ୍ଥିତି ଏବ ଇସ୍ରାଏଲ ଆମେରିକା ଆକ୍ରମଣ ଦ୍ୱାରା ଇରାନକୁ ହୋଇଥିବା କ୍ଷତି ବିଷୟରେ ସମସ୍ତ ଦେଶ ଗୁଡିକୁ ଅବଗତ କରାଇଥିଲେ । ଆମେରିକା ଇରାନ ଉପରେ ଆକ୍ରମଣ କରିବାର କାର୍ଯ୍ୟକୁ ଯଥାର୍ଥ ଦର୍ଶାଇଥିଲା । ଯେକୌଣସି ପରିସ୍ଥିତିରେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବ ନାହିଁ ବୋଲି ସଂକଳ୍ପକୁ ପୁନର୍ବାର ଦୋହରାଇଥିଲା ।

ଇରାନ ଉପରେ ଆମେରିକାର ଆକ୍ରମଣକୁ ରୁଷ-ଚୀନ ଦୃଢ ନିନ୍ଦା କରିଛନ୍ତି । ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧବିରତି ଆଣିବା ପାଇଁ ପାକିସ୍ତାନ ସହିତ ହାତ ମେଳାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ସମୟରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‍ ଇସ୍ରାଏଲ ଏବଂ ଇରାନର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ଇରାନ ଉପରେ ଆମେରିକାର ଆକ୍ରମଣକୁ ସମଗ୍ର ବିଶ୍ୱ ପାଇଁ ବିପଜ୍ଜନକ ବୋଲି ବର୍ଣ୍ଣନା କହିଛନ୍ତି ।

What Russia China said on US strikes on Iran nuclear sites

ସମସ୍ତ ସଦସ୍ୟ ରାଷ୍ଟ୍ରକୁ କୂଟନୀତି ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକାଶ କରିବା ଏବଂ ବ୍ୟାପକ ସଂଘର୍ଷ ରୋକିବା ପାଇଁ ବିଶ୍ୱ ନେତାମାନଙ୍କ ଆହ୍ୱନେ ମଧ୍ୟରେ ପାକିସ୍ତାନ-ଚୀନ ଏବଂ ରୁଷ ଇସ୍ରାଏଲକୁ ସୀମା ଲଘଂନ ନକରିବାକୁ କହିଥିଲେ । ସେପଟେ ଇସ୍ରାଏଲର ପକ୍ଷ ନେଇ ଆମେରିକା କହିଛି ଯେ କୌଣସି ପରିସ୍ଥିତିରେ ବି ଇରାନକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+