ପୁଣି କରୋନା କୋଳରେ ଭାରତ, ଗୋଟାଏ ଦିନରେ ଚିହ୍ନଟ ହେଲେ ୨୫୭ ରୋଗୀ
ସାରା ବିଶ୍ୱକୁ ପୁଣି ଭୟଭୀତ କରିଛି କରୋନା ଭୂତାଣୁ । କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଘାତକ ଭୁତାଣୁ । ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭୂତାଣୁ । ଏହାସହ ଆଜି ଆମ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯେଉଁ ସୂଚନା ଦେଇଛି ତାହା ଦେଶବାସୀଙ୍କୁ ପୁଣି ଥରେ ୨୦୨୦ ମସିହାରେ ଆରମ୍ଭ ହୋଇଥିବା କରୋନାର ତାଣ୍ଡବ ଲୀଳାକୁ ମନେ ପକାଇ ଦେଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ମୁତାବକ ଆଜି ଦେଶରେ ୨୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁ୍ମ୍ବାଇରେ କରୋନା ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ ମୃତକ ୨ ଜଣ ପୂର୍ବରୁ ଗମ୍ଭୀର ରୋଗରେ ପୀଡିତ ଥିଲେ ।

ଏହାସହ ତାଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଭାରତରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମତିଙ୍କ ଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ମୁମ୍ବାଇରେ ଦୁଇ କରୋନା ଆକ୍ରାନ୍ତଙ୍କ ପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି, ଏହା କୋଭିଡ୍ର ନୂଆ ଭାରିଆଣ୍ଟ ନୁହେଁ । ଏହା ଓମିକ୍ରନର ସବଭାରିଆଣ୍ଟ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି କି ଆମ ସହ ଆଲୋଚନା କରିନାହାନ୍ତି । ଏଠି କେହି ଚି଼ହ୍ନଟ ହେଲେ, ଜେନମ ସିକୁଏନସିଂ କରାଯିବ । ତାମିଲନାଡୁ, କେରଳ, ଦିଲ୍ଲୀରେ ଯେଉଁ କେସ୍ ଆସିଛି ତାହା ସେହି ସବଭାରିଆଣ୍ଟ । ମୁମ୍ବାଇରେ ଯାହାର ମୃତ୍ୟୁ ହୋଇଛି, ତାଙ୍କ କିଡ଼ନୀ ରୋଗ ଥିଲା । ଏହା କୋମର୍ଭିଡ଼ ପରିସ୍ଥିତି ।
-
ସମ୍ରାଟ ଚୌଧୁରୀ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ହେଲେ ବିଧାୟକ ଦଳ ନେତା -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ






Click it and Unblock the Notifications