Budget 2025 ; ଜାଣନ୍ତୁ କେଉଁ ନେତା କହିଲେ କଣ?
ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ -ଫିକି କେନ୍ଦ୍ର ବଜେଟ୍କୁ ସ୍ୱାଗତ କରିଛି । ପର୍ଯ୍ୟଟନ ଓ ସାମୁଦ୍ରିକ କ୍ଷେତ୍ର ଉପରେ ଏହି ବଜେଟ୍ ସକରାତ୍ମକ ପ୍ରଭାବ ପକାଇବ ବୋଲି ଫିକିର ସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲ କହିଛନ୍ତି । ସେ କହିଛନ୍ତି ଚଳିତବର୍ଷ ବଜେଟ୍ର ମୁଖ୍ୟ ଆକର୍ଷଣ ହେଉଛି ଟିକସ ହାର ହ୍ରାସ । ଚମଡା ଉଦ୍ୟୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏହି ବଜେଟ୍ ନିଯୁକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
ବିଜେପି ଏବଂ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ କେନ୍ଦ୍ର ବଜେଟ୍କୁ ସ୍ୱାଗତ କରାଯାଇଛି । ବଜେଟ ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି କହିଛନ୍ତି, 'ମଧ୍ୟବିତ୍ତ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଅଛନ୍ତି। ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ହୋଇଛି । କେବଳ ଏତିକି ନୁହେଁ, ମଧ୍ୟବିତ୍ତଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରସ୍ତାବିତ ଟିକସ ଛାଡ ବହୁ ଦୂର ଯିବ ବୋଲି ଶାହା କହିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍ ଏକ ମହାନ ବଜେଟ୍ । ଏହି ବଜେଟରେ ସମାଜର ସମସ୍ତ ବର୍ଗକୁ ଧ୍ୟାନ ରଖାଯାଇଛି । ଏହି ବଜେଟ୍ ଯୁବ, ଗରିବ, ଚାଷୀ, ମହିଳା ଏବଂ ସମାଜର ସମସ୍ତ ବର୍ଗ ଏବଂ କ୍ଷେତ୍ରର ବିକାଶକୁ ପ୍ରୋତ୍ସାହିତ କରିବ ।
କୃଷିମନ୍ତ୍ରୀ ଶିବରାମ ସିଂହ ଚୌହ୍ୱାନ କହିଛନ୍ତି କୃଷିକ୍ଷେତ୍ରକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି । ଆତ୍ମନିର୍ଭର ଭାରତ ଅଭିଯାନକୁ ଏହି ବଜେଟ୍ ଗତିଶୀତଳ କରିବ ବୋଲି ସେ କହିଛନ୍ତି । ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନ ବଜେଟ୍ରେ ପ୍ରତିଫଳିତ ହୋଇଛି । ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହା ସହାୟକ ହେବ । ଜେଡିୟୁ ସାଂସଦ ସଞ୍ଜଯ ଞ୍ଜୟ କୁମାର ୧ର ଝା ବଜେଟ୍କୁ ସ୍ୱାଗତ କରିବା ସହ ଆୟକର ସୀମାରେ ରିହାତି ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ।
ବହୁ ବିରୋଧୀ ଦଳ ନେତା ବଜେଟ୍କୁ ସମାଲୋଚନା କରିଛନ୍ତି । ମଧ୍ୟମ ଏବଂ ଯୁବ ର୍ଗଙ୍କ ପାଇଁ ଏହି ବଜେଟ୍ରେ କୌଣ କୌଣସି ବ୍ୟବସ୍ଥା ବ ନାହିଁ ବୋଲି ସେମାନେ ମାନେ ଅଭିଯୋଗ କରିଛନ୍ତି । ସାଂସଦ ଶଶୀ ଥରୁର୍ କହିଛନ୍ତି ବେରୋଜଗାରୀ ଏବଂ ଯୁବବର୍ଗ ବର୍ଗ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡ଼ିକ ନେଇ ବଜେଟ୍ରେ କୌଣସି ଆଲୋଚନା ହୋଇନାହିଁ ।













Click it and Unblock the Notifications