ସନ୍ଧ୍ୟା ୫ଟା ସୁଦ୍ଧା ଅରବିନ୍ଦ କେଜ୍ରିୱାଲଙ୍କ ଆସନରୁ କେତେ ପ୍ରତିଶତ ହୋଇଛି ମତଦାନ
Arvind Kejriwal: ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦଙ୍କ ବିଧାନସଭା ଆସନ ନୂଆଦିଲ୍ଲୀରେ ୫୪.୨୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହି ଆସନରେ, ଅରବିନ୍ଦ କେଜରିୱାଲ ବିଜେପିର ପ୍ରବେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ୫୭.୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏଠାରେ, ଉତ୍ତର ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ଆସନରେ ସର୍ବାଧିକ ଭୋଟିଂ ହୋଇଛି ଦକ୍ଷିଣ ଦିଲ୍ଲୀର କାଲକାଜି ଆସନରେ ସର୍ବନିମ୍ନ ୫୧.୮୧ ପ୍ରତିଶତ ମତଦାନ ହୋଇଛି ।
ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ୭୦ଟି ଆସନରେ ୫୭.୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀ ଜିଲ୍ଲାରେ ସର୍ବାଧିକ ଭୋଟଂ ହୋଇଛି 63.83 ପ୍ରତିଶତ ମତଦାନ ହୋଇଥିବା ନେଇ ରେକର୍ଡ କରାଯାଇଛି । ସେହିପରି ଦିଲ୍ଲୀ ଜିଲ୍ଲାରେ ସବୁଠାରୁ କମ 53.77 ପ୍ରତିଶତ ଭୋଟିଂ ହୋଇଛି ।












Click it and Unblock the Notifications